ପୁଣିଥରେ ସାମାଜିକ ଦୂରତା ଭାଙ୍ଗିଲେ ସାଂସଦ ଅପରାଜିତା ।

ପୁଣିଥରେ ସାମାଜିକ ଦୂରତା ଭାଙ୍ଗିଲେ ସାଂସଦ ଅପରାଜିତା ।

ପୁଣିଥରେ ସାମାଜିକ ଦୂରତା ଭାଙ୍ଗିଲେ ସାଂସଦ ଅପରାଜିତା ।
କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି । ଏପରିକି ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି । ପୂର୍ବରୁ ଏନେଇ ତାଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବାବେଳେ ସେ ନିଜେ ମଧ୍ୟ ଫାଇନ ଦେଇଛନ୍ତି । ଏହା ପରେ ବି ଆଜି ଭୁବନେଶ୍ୱର ହଂସପାଳ ଫ୍ଲାଏ ଓଭର ବ୍ରିଜର ଭୂମି ପୂଜନ ବେଳେ ସମାଜିକ ଦୂରତ୍ୱକୁ ଉଲ୍ଲଂଘନ କରିଛନ୍ତି । ୧୬ନଂ ଜାତୀୟ ରାଜପଥରେ ଥିବା ରାଜଧାନୀ ଭୁବନେଶ୍ୱରର ହଂସପାଳ ଫ୍ଲାଏଓଭର ବ୍ରିଜର ଆଜି ଶିଳାନ୍ୟାସ କରାଯାଇଛି । ସୋମବାର ସକାଳ ପ୍ରାୟ ୮ଟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ହଂସପାଳ ଫ୍ଲାଏଓଭର ଶିଳାନ୍ୟାସ କରିଛନ୍ତି । ତେବେ ଭୂମି ପୂଜନ ବେଳେ ବିଜେପି ସମର୍ଥକ ଓ ସ୍ଥାନୀୟ ଲୋକେ ସାମାଜିକ ଦୂରତାକୁ ଭୁଲି ଯାଇଥିଲେ । ସାଂସଦଙ୍କ ଭୂମି ପୂଜନ ସମୟରେ ରାସ୍ତାରେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ଯାହା ଯୋଗୁଁ ସେହି ରାସ୍ତା ଦେଇ ଆସୁଥିବା ଯାତ୍ରୀବାହି ବସକୁ ୧୦ ମିନିଟ ଅପେକ୍ଷା କରିଥିବା ଖବର ମିଳିଛି । ପୂର୍ବରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ । ସେଠାରେ କିଛି ବିଜେପି ନେତା ଓ କର୍ମୀ ଏକାଠି ହୋଇଥିଲେ । ଏକାଧିକ ଲୋକ ଏକାଠି ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲେ । ଏପରିକି ବହୁ କର୍ମୀ ଅପରାଜିତାଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ । ଯେଉଁଠାରେ ସାମାଜିକ ଦୂରତ୍ୱର ନା ଗନ୍ଧ ବି ନଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ବି ସାଂସଦଙ୍କୁ ବହୁ ଲୋକ ଟ୍ରୋଲ ମଧ୍ୟ କରିଥିଲେ । ସାଧାରଣ ଲୋକ କରୋନା ଗାଇଡଲାଇନକୁ ମାନୁଥିବାବେଳେ ସାଂସଦ ତାକୁ ମାନୁଥିବା କହିଥିଲେ । ଅନ୍ୟପକ୍ଷରେ ଏଭଳି ସାମାଜିକ ଦୂରତ୍ୱକୁ ଉଲ୍ଲଂଘନ କରିବା ଅଭିଯୋଗରେ ବମିଖାଲ ଅଞ୍ଚଳର କିଛି ଲୋକ କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଏହା ପରେ ସାଂସଦ ନିଜ ଆଡ଼ୁ ସ୍ୱେଚ୍ଛାକୃତଭାବେ ଫାଇନ ଭରିଥିଲେ । ଏଥିସହ ସାଧାରଣ ଲୋକଙ୍କ ସଚେତନତାକୁ ଧନ୍ୟବାଦ ମଧ୍ୟ ଦେଇଥିଲେ ।