ପିପିଲି ଉପନିର୍ବାଚନ : ବିଜେଡିରୁ ପ୍ରାର୍ଥୀ ହେଲେ ରୁଦ୍ର ମହାରଥୀ

ପିପିଲି ଉପନିର୍ବାଚନ : ବିଜେଡିରୁ ପ୍ରାର୍ଥୀ ହେଲେ ରୁଦ୍ର ମହାରଥୀ

ପିପିଲି ଉପନିର୍ବାଚନ : ବିଜେଡିରୁ ପ୍ରାର୍ଥୀ ହେଲେ ରୁଦ୍ର ମହାରଥୀ
ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କରାଯାଇଛି । ରୁଦ୍ର ପ୍ରତାପ ମହାରଥୀଙ୍କ ନାଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନ ଭୋଟ ଗ୍ରହଣ ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହେବ । ପିପିଲିରେ ରୁଦ୍ରଙ୍କ ବିଜେପିର ଆଶ୍ରିତଙ୍କ ସହ ଲଢେଇ ହେବ । ଆଜି ବିଜେପି ପ୍ରାର୍ଥୀ ଭାବେ ଆଶ୍ରିତ ପଟ୍ଟନାୟକ ନାମାଙ୍କନ କରିଛନ୍ତି । ଗତବର୍ଷ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ପରଠାରୁ ପିପିଲି ବିଧାନସଭା ଆସନଟି ଖାଲିପଡ଼ିଛି । ସ୍ୱର୍ଗତ ମହାରଥୀଙ୍କ ପତ୍ନୀ ଓ ପୁତ୍ର ଉଭୟ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିଲେ । ଟିକେଟ୍ ପାଇବା ନେଇ ତାଙ୍କ ପରିବାରରେ ମତାନ୍ତର ମଧ୍ୟ ହୋଇଥିବା ଖବର ଆସିଥିଲା । ପ୍ରଦୀପ ମହାରଥୀଙ୍କ ଭାଇ ପୁତୁରା ରୁଦ୍ରଙ୍କ ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଥିଲେ । ତେବେ ଶେଷରେ ଦଳ ରୁଦ୍ରଙ୍କ ଉପରେ ଭରସା କରିଛି । ଯଦିଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା କି ଟିକେଟ୍ ଦୌଡ଼ରେ ସ୍ବର୍ଗତଃ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ପଲା ଭାରୀ ରହିଛି ଓ ଦଳର ଗୋଟିଏ ଗୋଷ୍ଠୀ ତାଙ୍କ ସପକ୍ଷରେ ଯୁକ୍ତି ଚଳାଇଛନ୍ତି, ମାତ୍ର ଶେଷରେ ପୁଅ ରୁଦ୍ରପ୍ରତାପଙ୍କ ସପକ୍ଷରେ ଯାଇଛି ନିଷ୍ପତ୍ତି । ଆଜି କିମ୍ବା ଆସନ୍ତାକାଲି ରୁଦ୍ରପ୍ରତାପ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ, ପିପିଲି ଉପନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି। ଏପ୍ରିଲ ୧୭ ତାରିଖରେ ଏହି ବହୁଚର୍ଚ୍ଚିତ ଆସନରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ।