ପିପିଲି ଉପନିର୍ବାଚନ ପାଇଁ ମହାରଥୀଙ୍କ ପରିବାରରୁ ମିଳୁ ଟିକେଟ: ସମୀର ଦାଶ

ପିପିଲି ଉପନିର୍ବାଚନ ପାଇଁ ମହାରଥୀଙ୍କ ପରିବାରରୁ ମିଳୁ ଟିକେଟ: ସମୀର ଦାଶ

ପିପିଲି ଉପନିର୍ବାଚନ ପାଇଁ ମହାରଥୀଙ୍କ ପରିବାରରୁ ମିଳୁ ଟିକେଟ: ସମୀର ଦାଶ
ଭୁବନେଶ୍ୱର: ଆଗକୁ ପିପିଲି ଉପନିର୍ବାଚନ । ଏହାକୁ ନେଇ ରାଜନୈତିକ ପାଣିପାଗ ଧୀରେ ଧୀରେ ସରଗରମ ହେବାରେ ଲାଗିଛି । ତେବେ ଏହାରି ଭିତରେ ମନ୍ତ୍ରୀ ସମୀର ଦାଶ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ମହାରଥୀଙ୍କ ପରିବାରରୁ କାହାକୁ ଟିକେଟ ମିଳୁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପିପିଲି ଲୋକ ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ମୋ ପାଖ ନିର୍ବାଚନମଣ୍ଡଳୀ ହୋଇଥିବାରୁ ମୁଁ ଲୋକଙ୍କ ସମ୍ପର୍କରେ ଅଛି । ପିପିଲି ଲୋକଙ୍କ ଇଚ୍ଛା ମହାରଥୀଙ୍କ ପରିବାରରୁ କେହି ପ୍ରାର୍ଥୀ ହେଉ । ପିପିଲି ପ୍ରତି ପ୍ରଦୀପ ମହାରଥୀଙ୍କ ଅବଦାନକୁ ଲୋକ ମନେ ପକାଉଛନ୍ତି । ମହାରଥୀଙ୍କ ଅନୁପସ୍ଥିତିକୁ ଲୋକେ ହୃଦୟଙ୍ଗମ କରୁଛନ୍ତି । ମହାରଥୀଙ୍କ ପରିବାରରୁ କାହାକୁ ମୁଖ୍ୟମନ୍ତ୍ରୀନ ନବୀନ ପଟ୍ଟନାୟକ ପ୍ରାର୍ଥୀ କରନ୍ତୁ ବୋଲି ଲୋକ ଆଗ୍ରହୀ ଅଛନ୍ତି । ଏ ସମ୍ପର୍କରେ ନେତା ଯାହା ନିଷ୍ପତ୍ତି ନେବେ ଲୋକ ଗ୍ରହଣ କରିବେ ବାଲି ସମୀର ଦାଶ କହିଛନ୍ତି ।