ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ପାଟଣାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ଚଲକି ପଞ୍ଚାୟତର ପିଇଓ ବିଶ୍ବମ୍ବର ଭୋଇଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଶ୍ରୀ ଭୋଇଙ୍କ ନିଜ ଗାଁ ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ତମିଆଁ ଗ୍ରାମ ଓ ଚଲକି ଅଫିସଠାରେ ଭିଜିଲାନ୍ସ ଚଢ଼ଉ କରା ଯାଇଛି। ବୁଧବାର ଭିଜିଲାନ୍ସର ୪ଟି ଟିମ୍ ବିଶ୍ବମ୍ବରଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଚଢ଼ଉ ଜାରି ରଖିଛନ୍ତି। ଚଢ଼ଉ ସମୟରେ ତାଙ୍କ ସମ୍ପତ୍ତି, ବହୁ ମୂଲ୍ୟବାନ ଜମି ତଥା କାଗଜପତ୍ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଏହି ଚଢ଼ଉରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସାମିଲ ଥିବା ଜଣାପଡ଼ିଛି।