ପାହାଡ ଉପରୁ ମିଳିଲା ନରକଙ୍କାଳ, ପୋଲିସର ତଦନ୍ତ ଜାରୀ

ପାହାଡ ଉପରୁ ମିଳିଲା ନରକଙ୍କାଳ, ପୋଲିସର ତଦନ୍ତ ଜାରୀ

ପାହାଡ ଉପରୁ ମିଳିଲା ନରକଙ୍କାଳ, ପୋଲିସର ତଦନ୍ତ ଜାରୀ
ରାୟଗଡ଼ା ଜିଲ୍ଲା ଆଞ୍ଜିଆପେଟା ଛକ ନିକଟ ନୂଆସାହି ପାହାଡ଼ ଉପରୁ ଏକ ନରକଙ୍କାଳ ମିଳିଛି। ଏହି ନରକଙ୍କାଳ ପାଖରୁ ସିଆର୍‌ପିଏଫ୍‌ ୟୁନିଫର୍ମ ଓ ପରିଚୟ ପତ୍ର ମିଳିଥିବାରୁ ଏହି କଙ୍କାଳ ଜଣେ CRPF ଯବାନଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏହାକୁ ନେଇ ଏବେ ତନାଘନା ଚାଲିଛି। ପରିଚୟପତ୍ରରେ ଧରମ ଦେବ ନାଁ ଲେଖାଯିବା ସହ ଠିକଣାରେ ଉତ୍ତରପ୍ରଦେଶ ଲେଖାଅଛି। ଶେଷଖାଲ ଥାନା ଅଞ୍ଚଳରେ ଥିବା କ୍ୟାମ୍ପରେ ସେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି। ଏହି କଙ୍କାଳକୁ ବ୍ରହ୍ମପୁରର ଫୋରେନ୍ସିକ ଲାବକୁ ପଠାଯାଇଛି। ଧରମ ଦେବଙ୍କ ପୁଅ ଆଜି ସେଠାକୁ ଆସୁଛନ୍ତି। ଏହାପରେ ସ୍ପଷ୍ଟ ହୋଇଯିବ ଏହି କଙ୍କାଳଟି ପ୍ରକୃତରେ ଧରମ ଦେବଙ୍କର ନୁହେଁ କି ନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ୍‌ ତନାଘନା ଚଳାଇଛି।