ପାନ ଖାଇବା ପରେ ଭୁଲରେ କରନ୍ତୁ ନାହିଁ ଏହିସବୁ ଭୁଲ

ପାନ ଖାଇବା ପରେ ଭୁଲରେ କରନ୍ତୁ ନାହିଁ ଏହିସବୁ ଭୁଲ

ପାନ ଖାଇବା ପରେ ଭୁଲରେ କରନ୍ତୁ ନାହିଁ ଏହିସବୁ ଭୁଲ


ଶାସ୍ତ୍ର ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ପାନପତ୍ରର ବ୍ୟବହାର ହୋଇଥିଲା ବୋଲି ମାନ୍ୟତା ରହିଛି। ସେହି ସମୟରୁ ପ୍ରତ୍ୟେକ ଶୁଭ କାର୍ୟ୍ୟରେ ପାନର ବ୍ୟବହାର ହୋଇଥାଏ ବୋଲି କୁହାଯାଏ। ବିଶେଷ କରି ପୂଜା ସମୟରେ ପାନପତ୍ରରେ ଗୁଆର ଖୁବ ମହତ୍ତ୍ୱ ରହିଛି। ସେଭଳି କେତେକ ସମୟରେ ଭୋଜନ ପରେ ପାନ ଖାଇବା ନେଇ ମଧ୍ୟ ପରମ୍ପରା ରହିଛି। ପାନପତ୍ରରେ ଟେନିନ, ଆୟୋଡିନ, ପୋଟାସିୟମ, ଭିଟାମିନ ଏ, ବି୧, ବି୨ ଆଦି ରହିଛି। ଯାହା ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏହାର ସେବନ ଦ୍ୱାରା ରକ୍ତରେ ଶର୍କରା ଓ କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣ ହୋଇ ରହିଥାଏ। ପାନ ପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ମାତ୍ର ଏହାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ସେଭଳି ପାନ ଖାଇବା ପରେ ଏଭଳି କେତେକ ଜିନିଷ ରହିଛି, ଯାହାର ସେବନ କରିବା ଉଚିତ ନୁହେଁ। ଜାଣନ୍ତୁ..
ପାନ ଖାଇବା ପରେ ଥଣ୍ଡା ଜାତୀୟ କୌଣସି ଜିନିଷର ସେବନ କରନ୍ତୁ ନାହିଁ। ଏହାଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ପାନ ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇବା ଉଚିତ ନୁହେଁ। ଏହାଦ୍ୱାରା ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଦେଖାଦିଏ। ଏହାସହ ପେଟ ଜନିତ ମାରାତ୍ମକ ରୋଗ ସୃଷ୍ଟିର ସମ୍ଭାବନା ଅଧିକ ଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପାନ ଖାଇବା ପରେ ମସଲାରେ ପ୍ରସ୍ତୁତ ଜିନିଷର ସେବନ କରନ୍ତୁ ନାହିଁ। ଏହାଦ୍ୱାରା ହଜମ ଜନିତ ସମସ୍ୟା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ହୋଇଥାଏ।
ପାନ ଖାଇବା ପରେ ଜୁସ୍‌‌ର ସେବନ ଆଦୌ କରନ୍ତୁ ନାହିଁ। ଏହାଦ୍ୱାରା ଦାନ୍ତ ଉପରେ କୁପ୍ରଭାବ ପଡିଥାଏ। ଦାନ୍ତ ଜନିତ ଅନେକ ସମସ୍ୟା ଦେଖାଦିଏ।
ପାନ ଖାଇବା ପରେ ତୁରନ୍ତ କୌଣସି ଔଷଧ ଗ୍ରହଣ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ପେଟ ଓ ମୁଣ୍ଡ ବିନ୍ଧା ସମସ୍ୟା ସୃଷ୍ଟି ହୋଇଥାଏ।
ପାନ ଖାଇବା ପରେ କ୍ଷୀରର ସେବନ କରନ୍ତୁ ନାହିଁ। ପାନ ଖାଇବା ପରେ କ୍ଷୀର ପିଇବା ଦ୍ୱାରା ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ବିଳମ୍ବରେ ହଜମ ହେବା ସହ ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ।