ପାଟକୁରା ନିର୍ବାଚନ ଏକ ଐତିହାସିକ ନିର୍ବାଚନ : ବିଜୟ

ପାଟକୁରା ନିର୍ବାଚନ ଏକ ଐତିହାସିକ ନିର୍ବାଚନ : ବିଜୟ

ପାଟକୁରା ନିର୍ବାଚନ ଏକ ଐତିହାସିକ ନିର୍ବାଚନ : ବିଜୟ
ଭୁବନେଶ୍ୱର:ଓଡିଶାର ହାଇଭୋଲଟେଜ ଲଢେଇ ପାଟକୁରାରେ ଶେଷ ହୋଇ ଯାଇଛି । ଅପେକ୍ଷା ରହିଛି ନିର୍ବାଚନ ଫଳକୁ । ଆସନ୍ତାକାଲି ପାଟକୁରା ନିର୍ବାଚନ ଫଳ ବାହାରିବାକୁ ଯାଉଛି । ଓଡିଶାବାସୀଙ୍କ ସମସ୍ତଙ୍କ ନଜର ରହିଛି ପାଟକୁରା ଫଳାପଳ କଣ ହେବ । ପାଟକୁରା ଫଳ ଜାଣିବା ପାଇଁ ସମସ୍ତଙ୍କର ଉକ୍ରଣ୍ଠା ରହିଛି । ଆଜି ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏ ନିର୍ବାଚନ କେବଳ ପାଟକୁରାରେ ନୁହେଁ ସାରା ଓଡିଶାରେ ପାଟକୁରା ନିର୍ବାଚନ ଏକ ଐତିହାସିକ ନିର୍ବାଚନ ଥିଲା । ଯାହା ଓଡିଶାବାସୀ ଦେଖି ସାରିଛନ୍ତି । ଆଗରୁ ମୋ ଜୀବନରେ ବହୁତ ନିର୍ବାଚନ ଦେଖି ସାରିଛି । କିନ୍ତୁ ଏଭଳି ନିର୍ବାଚନ ଓଡିଶାରେ କେବେ ଦେଖି ନଥିଲି । ଏଭଳି ନିର୍ବାଚନ ଓଡିଶାରେ କେବେ ଅତୀତରେ ହୋଇଥିଲା ନା ଆଗକୁ କେବେ ହେବ । ନିର୍ବାଚନକୁ କାହିଁକି ଏତେ ରୋଚକ କରାଗଲା ସରକାରରେ ଯେଉଁମାନେ ଅଛନ୍ତି ସେମାନେ କହିବେ । ଐତିହାସିକ ନିର୍ବାଚନ କରିଦେଲେ ଭଲ କଥା । ସବୁ ଦିନ ପାଇଁ ପାଟକୁରା ନିର୍ବାଚନ ସ୍ମରଣୀୟ ହୋଇ ରହିବ । ପାଟକୁରାବାସୀ ବହୁ ଆଗରୁ ନିଷ୍ପତି ନେଇ ସାରିଛନ୍ତି । ଯେତେ ପ୍ରକାର ପ୍ରଲୋଭନ ଦେଖାଇଥିଲେ ବି ପାଟକୁରାବସୀ ଉଚିତ ନିଷ୍ପତି ନେଇଛନ୍ତି । କାଲି ଦିନ ବି ସ୍ମରଣୀୟ ହୋଇ ରହିବ । ଏ ନିର୍ବାଚନ ପାଟକୁରାବାସୀଙ୍କ ବିଜୟ ହେବ ବୋଲି ବିଜୟ ମହାପାତ୍ର କହିଛନ୍ତି ।