ପସନ୍ଦ ପାଲଟିଛି ଭେଲଭେଟ ଜୋତା

ପସନ୍ଦ ପାଲଟିଛି ଭେଲଭେଟ ଜୋତା

ପସନ୍ଦ ପାଲଟିଛି ଭେଲଭେଟ ଜୋତା

ଭୁବନେଶ୍ୱର: ନୂତନ ପିଢ଼ି ବିଭିନ୍ନ ପ୍ରକାରର ନୂଆ ନୂଆ ଟ୍ରେଣ୍ଡକୁ ଆପଣେଇବାରେ ଲାଗିଛି । ଏବେ ଟ୍ରେଣ୍ଡଂ ଯୁଗରେ ଟ୍ରେଣ୍ଡ ଚାଲିଛି ଭେଲଭେଟ ଜୋତାର । ଭେଲଭେଟ୍ ପୋଷାକ ପରେ ଏବେ ଭେଲଭେଟ୍ ଜୋତାର ଷ୍ଟାଇଲ୍ ଆରମ୍ଭ ହୋଇଛି । ୟୁରୋପ, ଆମେରିକା ପରି ଦେଶରେ ଏହି ଜୋତାର ଲୋକପ୍ରିୟତା ପ୍ରଥମେ ଯୁବପିଢ଼ିଙ୍କ ଭିତରେ ବଢ଼ିଲା । ଏଥରକ ଭାରତୀୟ ବଜାରରେ ବି ଭେଲଭେଟ୍ ଜୋତାର ବିକ୍ରି ବଢ଼ୁଛି ।

- ବିଭିନ୍ନ ଡିଜାଇନ୍ ମଧ୍ୟରୁ ଭେଲଭେଟ୍ ହିଲ୍ସ ପିନ୍ଧିବାକୁ ସମସ୍ତେ ପସନ୍ଦ କରନ୍ତି । ଜିନ୍ସ,ଫ୍ରକ,ସ୍କର୍ଟ ସହ ଏହି ଜୋତାକୁ ପିନ୍ଧିଲେ ସୁନ୍ଦର ଲାଗେ ।

- ଫ୍ଲାଟ୍ ଭେଲଭେଟ୍ ଜୋତା ଶାଢ଼ି,ଲେହଙ୍ଗା ପରି ପୋଷାକ ସହ ପିନ୍ଧିଲେ ସୁନ୍ଦର ଦେଖାଯାଏ । ବୁଲାବୁଲି କରିବାକୁ ଗଲାବେଳେ ଏହି ଭେଲଭେଟ୍ ସ୍ନିକର୍ସ ମଧ୍ୟ ପିନ୍ଧିପରିବେ । ଭ୍ରମଣ ସମୟରେ ଭେଲଭେଟ୍ ସ୍ନିକର୍ସ ପିନ୍ଧିଲେ ଆରାମ ଲାଗେ । 

- ପାର୍ଟି ଜୋତା ଭାବେ ପରିଚିତ ଭେଲଭେଟ୍ ଜୋତାରେ ଦାମ୍ ୧,୫୦୦ ଟଙ୍କାରୁ ଆରମ୍ଭ ।