ପରୀ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି

ପରୀ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି

ପରୀ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି
ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରିବ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିଷ୍ପତ୍ତି ହୋଇଥିବା ନେଇ ମନ୍ତ୍ରୀ ଆଜି ବିଧାନସଭାରେ ବିବୃତି ରଖିଛନ୍ତି । ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଏହି ମାମଲାର ଏଯାବତ ୩୪ ଜଣଙ୍କୁ ଜେରା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିବା ଗୃହକୁ ଜଣାଇବା ସହ ନୟାଗଡ଼ ଏସଡିପିଓ ମାମଲାର ତଦାରଖ କରୁଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି । ପ୍ରକାଶ ଯେ, ଯେଉଁ ବୟସରେ ଝିଅର ଭବିଷ୍ୟତ ପାଇଁ ସ୍ୱପ୍ନ ବୁଣିବା କଥା, ସେହି ବୟସରେ ତାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିଥିବା ବାପା, ମାଆ, ଶେଷରେ ଜୀବନ ହାରିଦେବାକୁ ଗତକାଲି ବିଧାନସଭା ଆଗରେ ଦେହରେ ଡିଜେଲ ଢାଇଦେଇଥିଲେ । ୫ ବର୍ଷର ଝିଅର ମୃତ୍ୟୁ ପରେ ନ୍ୟାୟ ପାଇଁ ବାର ଦୁଆର ବୁଲି ନିରାଶ ହେବାରୁ ଗଣତନ୍ତ୍ରର ମନ୍ଦିର ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏମାନେ ହେଉଛନ୍ତି ନୟାଗଡରେ ମୃତ ନାବାଳିକା ପରୀର ବାପା, ମାଆ ଅଶୋକ ସାହୁ ଓ ସୌଦାମିନୀ ସାହୁ । ଏମାନଙ୍କ ଅଭିଯୋଗ, ନାବାଳିକା ଝିଅକୁ ମାରି ତାର ଆଖି ଓ କିଡନୀ ତାଡି ନିଆଗଲା । ନ୍ୟାୟ ମାଗିବାରୁ ସେମାନଙ୍କୁ ଗାଁରୁ ବିଦା କରାଯାଉଛି । ତେବେ ସବୁଠାରୁ ବଡକଥା ହେଉଛି ଝିଅର ହତ୍ୟା ପାଇଁ ସେମାନେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଥିଲେ । ମନ୍ତ୍ରୀଙ୍କ ପାଖ ଲୋକମାନେ ଝିଅକୁ ହତ୍ୟା କରିଥିବାବେଳେ ମନ୍ତ୍ରୀ କିଛି କରୁ ନାହାନ୍ତି ବରଂ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ସଂଗୀନ ଅଭିଯୋଗ ଆଣିଥିଲେ । ନିଜର କଅଁଳା ଶିଶୁକୁ ହରାଇଥିବା ଏହି ଦମ୍ପତିଙ୍କ ଅଭିଯୋଗରେ କଣ ସତ୍ୟତା ରହିଛି? ସେମାନେ ଅଭିଯୋଗ ଆଣୁଥିବା ବାବୁଲି ନାୟକଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୌଣସି ସଂପର୍କ ରହିଛି ନା ନାହିଁ, ତାହା ତ ପରେ ଜଣାପଡିବ । କିନ୍ତୁ ବିଧାନସଭା ଚାଲିଥିବାବେଳେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣି ଦମ୍ପତି ଆତ୍ମହୁତି ଉଦ୍ୟମ କରିବା ପ୍ରସଙ୍ଗ ତତ୍କ୍ଷଣାତ ବିଧାନସଭାରେ ଉଠିଥିଲା । ବାଚସ୍ପତିଙ୍କୁ ରୁଲିଂ ଦାବି କରିଥିଲେ ବିରୋଧୀ । ଏହାପରେ ବୁଧବାର ଅର୍ଥାତି ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ରଖିବା ପାଇଁ ବାରସ୍ପତି ରୁଲିଂ ଦେଇଥିଲେ ।