ପରିସ୍ଥିତି ଦେଖି ନିଆଯିବ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି

ପରିସ୍ଥିତି ଦେଖି ନିଆଯିବ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି

ପରିସ୍ଥିତି ଦେଖି ନିଆଯିବ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି

ଭୁବନେଶ୍ୱର: ୨ବର୍ଷ ହେଲାଣି କରୋନା ମହାମାରୀ ଯୋଗୁଁ ପିଲାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଦୁଇ ବର୍ଷ ହେଲା ସ୍କୁଲକୁ ଯାଇନାହାନ୍ତି । ତେବେ କେବେ ସ୍କୁଲ ଖୋଲିବ, ସେନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।  ଆଗକୁ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହାତରେ କମ୍ ସମୟ ଥିବାରୁ ସିଲାବସ୍ ଏପର୍ୟ୍ୟନ୍ତ ଶେଷ ହୋଇନାହିଁ  । ବାକି ସିଲାବସ୍ ପାଠପଢା କେବେ ସରିବ ଏବଂ କିଭଳି ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି  । ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି। ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।  ହାଇକୋର୍ଟ ଯାହା ନିଦେ୍ର୍ଧଶ ଦେଇଛନ୍ତି, ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛିନ୍ତ ।  




ଏହାରି ଭିତରେ କୋଭିଡ କଟକଣାରେ ସ୍କୁଲ ଖୋଲିବାକୁ ହାଇକୋର୍ଟରେ ମାମଲା ରୁଜ୍ଜୁ ହୋଇଥିଲା  । ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ  ନିଦେ୍ର୍ଧଶ ଦେଇଥିଲେ  । କୋଭିଡ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବାକୁ କୁହାଯାଇଥିଲା ।

 ତେବେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରି୍ରୟା ରଖିଛନ୍ତି । ସେ କହିଛନ୍ତି ଓମିସିଓର କିଟରେ ୩୧ହଜାର ୬୬୬ଜଣଙ୍କ ସାମ୍ପୁଲ ଟେଷ୍ଟ କରାଯାଇଥିଲା । ୧୭୨୯ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେଥିରୁ ୫୭୬ ଓମିକ୍ରନ ଚିହ୍ନଟ, ଅର୍ଥାତ ୩୩% ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତନାନ ଡେଲ୍ଟାର ଉପସ୍ଥିତି ରହିଛି । ସେହି କାରଣରୁ ମୃତୁ୍ୟ ହେଉଛି ।