ପରଲୋକରେ ଆରଏସ୍ଏସ୍ ପ୍ରଥମ ଓଡିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦ

ପରଲୋକରେ ଆରଏସ୍ଏସ୍ ପ୍ରଥମ ଓଡିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦ

ପରଲୋକରେ ଆରଏସ୍ଏସ୍ ପ୍ରଥମ ଓଡିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦ
ଭୁବନେଶ୍ୱର: ଆର୍ଏସ୍ଏସ୍ର ପ୍ରଥମ ଓଡ଼ିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା। ସେ ଆର୍ଏସ୍ଏସ୍ର କାର୍ୟ୍ୟକର୍ତ୍ତାଙ୍କ ଗହଣରେ ‘ହରିହର ଦା’ ଭାବେ ବେଶ୍ ପରିଚିତ ଥିଲେ। ହରିହର ନନ୍ଦ ସାପ୍ତାହିକ ପତ୍ରିକା ‘ରାଷ୍ଟ୍ରଦୀପ’ର ସମ୍ପାଦକ ଭାବେ ମଧ୍ୟ କାର୍ୟ୍ୟ ନିର୍ବାହ କରିଥିଲେ। ତା’ସହ ସେ ସଂଘର ପ୍ରାନ୍ତ କାର୍ୟ୍ୟବାହ, ପ୍ରାନ୍ତ ପ୍ରଚାରକ ଏବଂ କ୍ଷେତ୍ରୀୟ ପ୍ରଚାର ପ୍ରମୁଖ ତଥା ଅଖିଳ ଭାରତୀୟ ହିନ୍ଦୁ ଜାଗରଣ ପ୍ରମୁଖ ଆଦି ଦାୟିତ୍ୱ ନିର୍ବାହ କରିଥିଲେ। ହରିହରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ପ୍ରମୁଖ ବ୍ୟକ୍ତି ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି।