ପଦ୍ମ ଧରିଲେ ସୁନୀଲ ଝାକର

ପଦ୍ମ ଧରିଲେ ସୁନୀଲ ଝାକର

ପଦ୍ମ ଧରିଲେ ସୁନୀଲ ଝାକର

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ିବା ପରେ ସୁନୀଲ ଜାଖର ବିଜେପିରେ ଯୋଗ ଦେଇଛନ୍ତି । ସୁନିଲ ଆଜି ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତରେ ବିଜେପିରେ ଯୋଗ ଦେଇଛନ୍ତି । ସୁନିଲ ଜାଖର ପଞ୍ଜାବର ପୂର୍ବତନ ପିସିସି ସଭାପତି ଥିଲେ । ପଞ୍ଜାବ କଂଗ୍ରେସର ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ ନେତା ସୁନୀଲ ଗତ ୧୪ ତାରିଖରେ କଂଗ୍ରେସ ଛାଡ଼ିଥିଲେ । ରାଜସ୍ଥାନର ଉଦୟପୁରରେ ଯେତେବେଳେ କଂଗ୍ରେସ ଆଗାମୀ ୨୦୨୪ ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଥିଲା, ସେତେବେଳେ ସୁନୀଲ ଝାକର କଂଗ୍ରେସକୁ ବାଏବାଏ କରିଥିଲେ । ସେବେଠାରୁ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବରେ ଯେତେବେଳେ କଂଗ୍ରେସ ପିସିସି ସଭାପତି କରିଥିଲା ଓ ପରେ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା, ସେବେଠାରୁ ସୁନୀଲ ଦଳ ଉପରେ ଖପ୍ପ୍ା ଥିଲେ । ଏପରିକି ସେ ଖୋଲାଖୋଲି ଗଣମାଧ୍ୟମରେ ଏ ନେଇ ଅସନ୍ତୋଷ ଜଣାଇଥିଲେ । ଦଳର ଅଧିକାଂଶ ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଥିଲେ ବୋଲି ସେ ଜଣାଇଥିଲେ । ପଞ୍ଜାବରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସୁନୀଲ ମୁହଁ ଖୋଲିଥିଲେ। ହାଇକମାଣ୍ଡଙ୍କ ଉପରକୁ ଆଙ୍ଗୁଠି ଉଠାଇଥିଲେ । ନିକଟରେ ନୂଆ ପିସିସି ସଭାପତି ଭାବେ ଜଣେ ଯୁବ ବିଧାୟକଙ୍କୁ କଂଗ୍ରେସ ଦାୟିତ୍ୱ ଦେବା ପରେ ସୁନୀଲ ଦଳ ଉପରେ ଆହୁରି ଖପ୍ପା ହେବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏ ନେଇ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ସବୁ ପଦରୁ ବି ବିଦା କରାଯାଇଥିଲା । ଏହା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲେ । ଏବେ ସେ ବିଜେପି ହାତ ଧରିବା ସହ ପଞ୍ଜାବରେ ବିଜେପିର ମଙ୍ଗ ଧରିପାରନ୍ତି ।