ପଡୋଶୀକୁ ହାଣିଲା ପଡୋଶୀ

ପଡୋଶୀକୁ ହାଣିଲା ପଡୋଶୀ

ପଡୋଶୀକୁ ହାଣିଲା ପଡୋଶୀ

ବଣାଇ : ଦିନକୁ ଦିନ ବିଗୁଡୁଛି ଆଇନ ବ୍ୟବସ୍ଥା । ବିଶୃଙ୍ଖଳିତ ହେଉଛି ସମାଜ । ସାମାନ୍ୟ ବଚସାରୁ ଘଟିଲା ବୀଭସô ହତ୍ୟାକାଣ୍ଡଘଟିଛି ।  ଜଣେ ବ୍ୟକ୍ତିଙ୍କୁ କଟୁରିରେ ହାଣି ହତ୍ୟା କରିଛି ପଡୋଶୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କେ.ବଳଙ୍ଗ ଥାନାର ଖଡ଼ିଆବାହାଲ ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ମଙ୍ଗଲ ମୁଣ୍ଡା । ଅଭିଯୁକ୍ତ ଗାନସା ମୁଣ୍ଡାଙ୍କୁ ପୁଲିସ ଗିରଫ କରିଛି ।

ସୂଚନା ଅନୁସାରେ ଗତକାଲି ମଙ୍ଗଲ ଘରେ ଥିବା ବେଳେ ଗାନସା ତାଙ୍କ ଘରକୁ ଆସିଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଗାନସା ଉତ୍କ୍ଷିପ୍ତ ହୋଇ ଏକ କଟୁରି ଆଣି ମଙ୍ଗଲଙ୍କ ହାତ ଓ ମୁଣ୍ଡକୁ ହାଣି ପକାଇଥିଲେ । ପରିବାର ଲୋକେ ପାଟି ଶୁଣି ପଡୋଶୀ  ଆସି ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଡାକ୍ତର ମଙ୍ଗଲଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାପରେ ଗାନସା ଫେରାର ହୋଇଯାଇଥିଲେ ।  ପୁଲିସ ଖୋଜାଖୋଜି କରିବା ପରେ ସେ ଜଙ୍ଗଲରେ ଲୁଚିଥିବା ଜଣାପଡିଥିଲା । ପୁଲିସ ଜଙ୍ଗଲରେ ପହଂଚି ଗାନାସାଙ୍କୁ ଗିରଫ କରିଥିଲା ଓ ତାଙ୍କଠାରୁ କଟୁରି ଜବତ କରିଥିଲା ।