ରାଜଧାନୀରେ ବହୁରୂପୀ ଏଣ୍ଡୁଅ ଦେଢ଼ଲକ୍ଷ ଟଙ୍କା ! ଚଢ଼ଉ କଲା ବନବିଭାଗ

ରାଜଧାନୀରେ ବହୁରୂପୀ ଏଣ୍ଡୁଅ ଦେଢ଼ଲକ୍ଷ ଟଙ୍କା ! ଚଢ଼ଉ କଲା ବନବିଭାଗ

ରାଜଧାନୀରେ ବହୁରୂପୀ ଏଣ୍ଡୁଅ ଦେଢ଼ଲକ୍ଷ ଟଙ୍କା ! ଚଢ଼ଉ କଲା ବନବିଭାଗ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଏଥିରୁ ବର୍ତ୍ତି ପାରୁନାହାନ୍ତି ନିରୀହ ଜୀବଜନ୍ତୁ । ଅପରାଧର ଚେର ଏତେ ବାଟ ଲମ୍ବିଛି ଯେ, ତା’ର ଟେର ପାଇବା ବନବିଭାଗ ପାଇଁ କାଠିକର ପାଠ ପାଲଟିଛି । ଆଜି ଦିନ ଦ୍ୱିପ୍ରହରରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ବାଣୀବିହାର ସ୍ଥିତ ମୁଖାର୍ଜୀ ପାର୍କ ସମ୍ମୁଖରେ ଚାଲିଥିଲା ଗୋଟିଏ ଜୀବନ୍ତ ବହୁରୂପୀଏଣ୍ଡୁଅର କାରବାର । କୌଣସି ସୂତ୍ରରୁ ସିଟି ଫରେଷ୍ଟ ଡ଼ିଭିଜନ ଖବର ପାଇ ସେଠାରେ ଚଢ଼ାଉ କରିଥିଲା । ଜଣେ ବେପାରି ଏକ ଜୀବନ୍ତ ବହୁରୂପୀ ଏଣ୍ଡୁଅକୁ ଦେଢ଼ଲକ୍ଷ ଟଙ୍କା ଦେଣନେଣ କରୁଥିବା ସମୟରେ ଜବତ କରିଥିଲା ବନବିଭାଗ ।  ଦୁଇଜଣ ଅଭିଯୁକ୍ତଙ୍କୁ ପଚରା ଉଚରା ପାଇଁ ଭୁବନେଶ୍ୱର ରେଞ୍ଜ ଅଫିସକୁ ନିଆଯାଇଛି । ଏହି ଚଢ଼ଉରେ ସିଟି ଡ଼ିଏଫଓ ଅଜିତ କୁମାର ସତପଥୀ, ଏସିଏଫ ଅନନ୍ତ କୁମାର ପ୍ରଧାନ, ଭୁବନେଶ୍ୱର ରେଞ୍ଜ ଅଫିସର ରହିଛିନ୍ତି ।