ପଞ୍ଜାବ ରାଜନୀତି ଚଳଚଞ୍ଚଳ, ଇସ୍ତଫଦେଲେ କ୍ୟାପଟେନ୍

ପଞ୍ଜାବ ରାଜନୀତି ଚଳଚଞ୍ଚଳ, ଇସ୍ତଫଦେଲେ କ୍ୟାପଟେନ୍

ପଞ୍ଜାବ ରାଜନୀତି ଚଳଚଞ୍ଚଳ,  ଇସ୍ତଫଦେଲେ କ୍ୟାପଟେନ୍

ଚଣ୍ଡିଗଡ଼ : ପଞ୍ଜାବ ରାଜନୀତି ଏବେ ଚଳଚଞ୍ଚଳ। ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ଅରିନ୍ଦର୍‌ ସିଂହ ଓ ରାଜ୍ୟ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଚାଲିଥିବା ଛକାପଞ୍ଝା ଶନିବାର ଅପରାହ୍‌ଣରେ ରୋଚକମୋଡ଼ରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସର ମୁଖ୍ୟଙ୍କୁ ସିଧା ଦାୟୀ କରିଛନ୍ତି। ନିର୍ବାଚନକୁ ୪ ମାସ ବାକିଥିବା ବେଳେ ତାଙ୍କୁ ଅପମାନିତ କରାଯାଇଛି ବୋଲି ଅଭିଯୋଗ କରିବାକୁ ପଛାଇ ନାହାନ୍ତି। ଇସ୍ତଫା ଦେବା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଅପମାନିତ ଅନୁଭବ କରିବା ପରେ ଇସ୍ତଫା ଦେଇଛନ୍ତି । ନିଜ ସମର୍ଥକମାନଙ୍କ ସହ ଆଲୋଚନା ପରେ ସେ ନିଜର ଭବିଷ୍ୟତ କାର୍ୟ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ ।

ସେ କହିଛନ୍ତି ଯେ ତାଙ୍କ ଅଗୋଚରରେ  ଗତ ୨ ମାସରେ ୩ ଥର କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି। ଏହା ଦ୍ବାରା ସେ ଅପମାନିତ ଅନୁଭବ କରୁଛନ୍ତି ।


କ୍ୟାପଟେନ୍ ଅମରିନ୍ଦରଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ବିବାଦ ଆହୁରି ତୀବ୍ର ହେବାର ଆଶଙ୍କା ଦେଖାଦେଇଛି । ଆଜି ଅପରାହ୍ଣ ୫ଟା ବେଳେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିବାବେଳେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦିଆଯାଇ ନଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ଇସ୍ତଫା ପାଇଁ ନିଷ୍ପତ୍ତି ନେଇଥିଲେ ।

କଂଗ୍ରେସ ବିଧାୟକ ଦଳ ବୈଠକରେ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଶିବିର ପକ୍ଷରୁ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ଦାବି କରିପାରନ୍ତି । ସିଦ୍ଧୁଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ଥିବାରୁ ତାଙ୍କ ଦାବିକୁ ଗ୍ରହଣ କରାଯିବାର ସମ୍ଭାବନା ରହିଛି ।

ଅମରିନ୍ଦରଙ୍କ ପଛରେ କିଛି ୪ ମନ୍ତ୍ରୀ ଓ ୧୧ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି । ତେବେ ଏହି ମନ୍ତ୍ରୀ ଓ ବିଧାୟକମାନେ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଉଛନ୍ତି କି ନା ତାହା ଉପରେ ସମସ୍ତଙ୍କ ନଜର ରହିଛି ।