ପଞ୍ଜାବର ୨୩ ଜଣ ବିଧାୟକଙ୍କୁ କରୋନା

ପଞ୍ଜାବର ୨୩ ଜଣ ବିଧାୟକଙ୍କୁ କରୋନା

ପଞ୍ଜାବର ୨୩ ଜଣ ବିଧାୟକଙ୍କୁ କରୋନା
ଅମ୍ରିତସର : ପଞ୍ଜାବର ୨୩ ଜଣ ବିଧାୟକଙ୍କୁ କରୋନା ହୋଇଥିବା ଜଣାପଡିଛି । ଆସନ୍ତା ଦୁଇ ଦିନ ପରେ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ୨୩ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୂଚନା ଦେଇଛନ୍ତି । ଯଦି ଜନ ପ୍ରତିନିଧି ମାନେ ଏପରି ଭାବରେ ଆକ୍ରାନ୍ତ ହେଉଛନ୍ତି ତେବେ ସାଧାରଣ ଜନତାଙ୍କ ଅବସ୍ଥ କଣ ତାହା ସହଜରେ ଅନୁମେୟ ବୋଲି ମୁଖ୍ୟମନ୍ତ୍ରୀଙ୍କ ବୈଠକ ସମୟରେ ଅମରିନ୍ଦର ପ୍ରକାଶ କରିଥିଲେ । ଏହା ସହିତ ନିଟ୍ ଏବଂ ଜେଇଇ ପରୀକ୍ଷା ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ଅମରିନ୍ଦର ପ୍ରସ୍ତାବ ଦେଇଥିଲେ ।