ପଞ୍ଜଶୀରରେ ତାଲିବାନ ଆକ୍ରମଣ, ୮ ତାଲିବାନ ଆତଙ୍କବାଦୀ ନିପାତ
ପଞ୍ଜଶୀରରେ ତାଲିବାନ ଆକ୍ରମଣ, ୮ ତାଲିବାନ ଆତଙ୍କବାଦୀ ନିପାତ
କାବୁଲ: ତାଲିବାନ ବିରୋଧୀ ନେତା ଅହମଦ ମସୋଦଙ୍କ ନେତୃତ୍ୱରେ ପଞ୍ଜଶୀରରେ ଏବେ ତାଲିବାନ ସହ ଲଢେ଼ଇ ଜାରି ରହିଛି । ମସୋଦଙ୍କ ମୁଖପାତ୍ର ଫାହିମ ଦସ୍ତି କହିଛନ୍ତି, ଗତ ରାତିରେ ତାଲିବାନମାନେ ପଞ୍ଜଶୀରରେ ଆକ୍ରମଣ କରିଥିଲା ଏବଂ ବିରୋଧୀ ଗୋଷ୍ଠୀର ଜବାବୀ ଆକ୍ରମଣରେ ୮ ଜଣ ତାଲିବାନ ଆତଙ୍କବାଦୀ ନିପାତ ହୋଇଛନ୍ତି । ତାଲିବାନ ବିରୋଧୀ ଗୋଷ୍ଠୀର କିଛି ସଦସ୍ୟ ମଧ୍ୟ ଗତକାଲିର ସଂଘର୍ଷ ସମୟରେ ଆହତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ଆମେରିକା ସେନା କାବୁଲ ବିମାନବନ୍ଦର ଛାଡ଼ିବାପରେ ତାଲିବାନମାନେ ପଞ୍ଜଶୀର ଆକ୍ରମଣ କରିଥିଲେ । ରବିବାର ଦିନ ତାଲିବାନମାନେ ପଞ୍ଜଶୀରରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଥିଲେ । ପଞ୍ଜଶୀର ଏକମାତ୍ର ଆଫଗାନିସ୍ତାନ ପ୍ରଦେଶ ଯାହା ଏଯାବତ ତାଲିବାନ ଅକ୍ତିଆର କରିପାରିନି । ଏକାଧିକ ତାଲିବାନ ପ୍ରତିଦ୍ୱନ୍ଦ୍ୱୀମାନେ ପଞ୍ଜଶୀରରେ ଏକଜୁଟ ହୋଇଛନ୍ତି । ନିଜକୁ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସଲେହଙ୍କ ସହ ଆଫଗାନ ବିଦ୍ରୋହ କମାଣ୍ଡ ଅହମଦ ଶାହ ମସୋଦ ଏବେ ପଞ୍ଜଶୀରରେ ଅଛନ୍ତି । ଫାହିମ କହିଛନ୍ତି, ଆମେ କେବଳ ପଞ୍ଜଶୀର ପାଇଁ ନୁହେଁ ସମଗ୍ର ଆଫଗାନିସ୍ତାନ ପାଇଁ ଲଢ଼ୁଛୁ । ତାଲିବାନ ବାହିନୀ କେବେ ବି ଏକ ରାଷ୍ଟ୍ରର ମଙ୍ଗଳ କରିପାରିବ ନାହିଁ ବୋଲି ସେ କହିଛନ୍ତି ।




admin 