ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଟ୍ରମ୍ପ

ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଟ୍ରମ୍ପ

ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଟ୍ରମ୍ପ
ନ୍ୟୁୟର୍କ : ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ୨୦୨୧ ପୁରସ୍କାର ଦୌଡରେ ରହିଛନ୍ତି । ୟୁଏଇ-ଇସ୍ରାଏଲ ଶାନ୍ତି ଆଲୋଚନାରେ ମଧ୍ୟସ୍ଥତାର ଭୂମିକା ନିଭାଇଥିବା କାରଣରୁ ଟ୍ରମ୍ପଙ୍କୁ ମନୋନୀତ କରିଛନ୍ତି ଟାଇବ୍ରିଙ୍ଗ ଜେଡ । ନରୱେ ସଂସଦର ସଦସ୍ୟ ରହିଥିବା ଜେଡ୍ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ୨୦୨୧ ପାଇଁ ମନୋନୀତ କରିଛନ୍ତି । ନାଟୋର ୪ ଜଣିଆ ସଂସଦୀୟ କମିଟିର ସଦସ୍ୟ ରହିଥିବା ଜେଡ ଟ୍ରମ୍ପଙ୍କୁ ମନୋନୀତ କରିବା ସହିତ ଉକ୍ତ ଶାନ୍ତି ଆଲୋଚନାରେ ଟ୍ରମ୍ପଙ୍କ ଭୂମିକା ଊପରେ ଗୁରୁତ୍ୱାରୋପ କରିଛନ୍ତି । ୟୁଏଇ ଏବଂ ଇସ୍ରାଏଲ ମଧ୍ୟରେ ଉନ୍ନତ ସମ୍ପର୍କ ସ୍ଥାପନ ପାଇଁ ଟ୍ରମ୍ପଙ୍କୁ ୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏହା ସହିତ ମଧ୍ୟପ୍ରାଚ୍ୟରୁ ସୈନ୍ୟ ପ୍ରତ୍ୟାହାର କରିବା ଶାନ୍ତି ଉଦେ୍ଧଶ୍ୟରେ ଆଉ ଏକ ପଦକ୍ଷେପ ବୋଲି ଜେଡ କହିଛନ୍ତି । ଏହି ଦୁଇଟି ପଦକ୍ଷେପ ବ୍ୟତିତ ଭାରତ- ପାକିସ୍ତାନ ଏବଂ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଶାନ୍ତି ସ୍ଥାପନା ପାଇଁ ଟ୍ରମ୍ପଙ୍କ ଉଦ୍ୟମ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରୁଛି ବୋଲି ଜେଡ ମତ ଦେଇଛନ୍ତି ।