ନୂଆ ଡେଲ୍ଟା ରୂପାନ୍ତରଣ ବଢ଼ାଉଛି ଚିନ୍ତା

ନୂଆ ଡେଲ୍ଟା ରୂପାନ୍ତରଣ ବଢ଼ାଉଛି ଚିନ୍ତା

ନୂଆ ଡେଲ୍ଟା ରୂପାନ୍ତରଣ ବଢ଼ାଉଛି ଚିନ୍ତା

ନୂଆଦିଲ୍ଲୀ: ଦେଶରେ ଲଗାତାର କୋଭିଡ୍ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ୧୨,୪୨୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୫୬ ଜଣଙ୍କ ମୃତ୍ୟୁ ହୋଇଛି। ୨୩୮ ଦିନରେ ଏହା ସବୁଠୁ କମ ସଂକ୍ରମଣ। କିନ୍ତୁ ସଂକ୍ରମଣ କମୁଥିଲେ ସୁଦ୍ଧା ଡେଲଟାର ନୂଆ ରୂପାନ୍ତରଣ ଦେଶରେ ଚିନ୍ତା ବଢ଼ାଇଛି। ଡେଲଟାର ଏକ ନୂଆ ପ୍ରଜାତି ଏୱାଇ.୪ ଏବେ ଦେଶର ବିଭିନ୍ନ ରାଜ୍ୟରେ ଚିହ୍ନଟ ହୋଇଛି। ଏନ୍ସିଡିସି (ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର) ଅନୁଯାୟୀ ମଧ୍ୟପ୍ରଦେଶର ଇଣ୍ଡୋରରେ ୭ଟି ଏ ୱାଇ ୪ ମାମଲା ଚିହ୍ନଟ ହୋଇଛି। ଗତ ମାସରେ ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏହି ପ୍ରଜାତି ଚିହ୍ନଟ ହୋଇଛି। ଏନ୍ସିଡିସି ରିପୋର୍ଟ ଅନୁସାରେ ଏୱାଇ.୪ ପାଇଁ ସେପ୍ଟେମ୍ବରରେ ଭଣ୍ଡୋରରେ ସଂକ୍ରମଣ ବଢ଼ିଥିଲା। ଏହି ପ୍ରଜାତି ପାଇଁ ସଂକ୍ରମଣ ବଢ଼ୁଥିବାରୁ ଏ ନେଇ ଚିନ୍ତା ପ୍ରକଟ ହୋଇଛି।