ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ
ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ
ଭୁବନେଶ୍ୱର: ସେପ୍ଟେମ୍ବର ୧ ତାରିଖରେ ପଡ଼ୁଛି ନୂଆଁଖାଇ। ଏହି ଅବସରରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସୋମବାର ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ବ୍ୟାଙ୍କ ସହିତ ଅନ୍ୟ ସମସ୍ତ ବିତ୍ତୀୟ ସଂସ୍ଥା ଗୁଡ଼ିକୁ ନୂଆଁଖାଇ ଦିନ ବନ୍ଦ ରଖିବାକୁ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।
ଏହା ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନୂଆଁଖାଇ ଉପଲକ୍ଷେ ଦୁଇ ଦିନ ଲୋକାଲ୍ ହଲିଡେ ବା ସ୍ଥାନୀୟ ଛୁଟି ଘୋଷଣା କରିବାକୁ ଦାବି କରିଥିଲେ। ତେବେ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା ନେଇ ଏଯାବତ୍ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ।




admin 