ନୀତିଶ କୁମାରଙ୍କୁ ଝଟକା: ମେଣ୍ଟରୁ ଓହରିଲା ଏଲଜେପି
ନୀତିଶ କୁମାରଙ୍କୁ ଝଟକା: ମେଣ୍ଟରୁ ଓହରିଲା ଏଲଜେପି
admin
Oct 4, 2020 - 11:50
Updated: Oct 4, 2020 - 11:50
ବିହାର ନିର୍ବାଚନ ପୂର୍ବରୁ ନୀତିଶକୁମାରଙ୍କ ଏନ୍ଡିଏର ସହଯୋଗୀ ଦଳ ଏଲ୍ଜେପି ତରଫରୁ ଝଟ୍କା ଲାଗିଛି । ନୀତିଶ୍ଙ୍କ ନେତୃତ୍ବରେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛି ଏଲ୍ଜେପି । ବିହାର ନିର୍ବାଚନ ପୂର୍ବରୁ ଏନ୍ଡିଏରେ ଫାଟ ସୃଷ୍ଟି ହୋଇଛି । ଲୋକଜନଶକ୍ତି ପାର୍ଟି ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ପ୍ରମୁଖ ନୀତିଶ୍ କୁମାରଙ୍କ ନେତୃତ୍ବରେ ନିର୍ବାଚନ ନ ପଲଢିବାକୁ ନିଷ୍ପତ୍ତି ନେଇଛି ।
ଏଲ୍ଜେପି ଏକାକୀ ବିହାର ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାଶଓ୍ବାନଙ୍କ ନେତୃତ୍ବରେ ହୋଇଥିବା ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବିଜେପି ସହିତ କିଛି ଆସନରେ ଏଲ୍ଜେପି ଆସନ ବୁଝାମଣା କରିପାରେ । ଦଳ ଜେଡିୟରୁ ପ୍ରାର୍ଥୀଙ୍କ ବିପକ୍ଷରେ ନିଜ ପ୍ରାର୍ଥୀ ଦେବ ବୋଲି ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ ଏଲ୍ଜେପି ବୈଠକରେ ଏଲ୍ଜେପି-ବିଜେପି ସରକାରର ପ୍ରସ୍ତାବକୁ ପାରିତ କରାଯାଇଛି । ଦଳ ବିଜେପି ସହିତ ମେଣ୍ଟ କରିବାକୁ ପ୍ରସ୍ତୁତ ଅଛି । ବିଜେପି ସହିତ ନିଜର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏଲ୍ଜେପିର ସମସ୍ତ ବିଧାକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଜବୁତ୍ କରିବେ ବୋଲି ସୂଚନା ରହିଛି । ଚିରାଗ ପାଶଓ୍ବାନ୍ ଏବେ ବିହାରରେ ଏନ୍ଡିଏରୁ ଅଲଗା ହୋଇ ୧୪୩ଟି ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।