ନିହାତି ଜରୁରୀ ନଥିଲେ ମେଡିକାଲ ଆସିବା ମନା

ନିହାତି ଜରୁରୀ ନଥିଲେ ମେଡିକାଲ ଆସିବା ମନା

ନିହାତି ଜରୁରୀ ନଥିଲେ ମେଡିକାଲ ଆସିବା ମନା
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହି ପରିପ୍ରେକ୍ଷୀରେ ନିହାତି ଜରୁରୀ ନଥିଲେ ମେଡିକାଲ ଆସିବାକୁ ବାରଣ କରିଛନ୍ତି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ । କରୋନାର ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଅପିଲ କରାଯାଇଛି । ବିନା କାରଣରେ ମେଡିକାଲ ଆସି ଘରକୁ ସଂକ୍ରମଣ ନନେବାକୁ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି । ମେଡିକାଲ ଭଳି ସଂକ୍ରମଣ ପ୍ରବଣ ସ୍ଥାନକୁ ଆସି ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । କୋଭିଡ ଗାଇଡଲାଇନ ଅନୁସାରେ ଅନାବଶ୍ୟକ ଅପରେସନ ଓ ସ୍ୱାସ୍ଥ୍ୟସେବା ମିଳିବନି । ସେହିପରି ରୋଗୀଙ୍କୁ ବାରମ୍ବାର ନଡାକିବାକୁ ମଧ୍ୟ ି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି । ଔଷଧ ଦେଇ ୭ରୁ ୧୦ ଦିନ ଅନ୍ତରରେ ଚେକଅପ ପାଇଁ ଡାକିବାକୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରକାଶ ଯେ, ଆଜି ରାଜ୍ୟ ସରକାର ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ଏନେଇ ଡିଏମଇଟି ସବୁ ମେଡିକାଲ କଲେଜ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି । ତେବେ ଉକ୍ତ ଗାଇଡଲାଇନରେ କ’ଣ କ’ଣ ଉଲ୍ଲେଖ ରହିଛି ଆସନ୍ତୁ ଜାଣିବା: ୧-ଓପିଡି ସେଣ୍ଟ୍ରାଲ ରେଜିଷ୍ଟ୍ରେସନ ବନ୍ଦ ୨- ଭିଡ଼ ଏଡ଼ାଇବାକୁ ଏଣିକି ମାନୁଆଲ ରେଜିଷ୍ଟ୍ରେସନ ୩- ଆବଶ୍ୟକ ନଥିବା ଆଡମିଶନ ଏଡ଼ାଇବାକୁ ଡିଏମଇଟି ନିଦେ୍ର୍ଧଶ ଦେଇଛନ୍ତି । ୪- ଗୁରୁତର ରୋଗୀଙ୍କ ପିଛା ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ଦେବାକୁ ନିଦେ୍ର୍ଧଶ ୫-ଓପିଡି ଭିତରକୁ ଗଣମାଧ୍ୟମକୁ ମନା ୬-ଜରୁରୀ ନଥିଲେ ସର୍ଜରୀ ବନ୍ଦ