ନିଆଁ ବର୍ଷା ରାଜଧାନୀରେ
ନିଆଁ ବର୍ଷା ରାଜଧାନୀରେ
ଭୁବନେଶ୍ୱର : ରାଜଧାନୀ ସତେ ଯେମିତି ଏବେ ତତଲା ତାୱା ଉପରେ ଅଛି । ପ୍ରଚଣ୍ଡ ଗ୍ରୀଷ୍ମରେ ଜନଜୀବନ ଆଉଟପାଉଟ ହୋଇଯାଇଛି । ଭୁବନେଶ୍ୱରର ତାପମାତ୍ରା ଆଜି ୪୩ ଡିଗ୍ରୀ ଛୁଇଁଛି । ଖାଲି ଭୁବନେଶ୍ୱର ନୁହେଁ ରାଜ୍ୟର ପ୍ରାୟ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ମାସ ଶେଷ ଯାଏଁ ଏଭଳି ତାତି ଜାରି ରହିବ । ଅପରପକ୍ଷରେ ଜରୁରୀ କାମ ନଥିଲେ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ଦିନ ସାଢେ଼ ୨ଟା ସୁଦ୍ଧା ରାଜଧାନୀର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଥିଲା । ସେହିପରି ଆଉ ୫ଟିି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାରସୁଗୁଡ଼ାର ତାପମାତ୍ରା ୪୧.୪ ଡିଗ୍ରୀ ଥିବାବେଳେ ସମ୍ବଲପୁର ତାପମାତ୍ରା ୪୦.୮ ଡିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୪୦.୮ ଡିଗ୍ରୀ, ହୀରାକୁଦ ଓ କେନ୍ଦୁଝରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ରହିଛି ।
ଅହସ୍ୟ ଗ୍ରୀଷ୍ମ ଲହରୀ ଯୋଗୁଁ ରାସ୍ତାଘାଟ ଖରାବେଳେ ଖାଁ ଖାଁ ରହୁଛି । ପଦାକୁ ବାହାରିବା ମାତ୍ରେ ଦେହ ଜଳିଯିବା ଭଳି ଅନୁଭୂତ ହେଉଛି ।




admin 