ନାଇଜେରିଆର ମସ୍‌ଜିଦ୍‌ରେ ଗୁଳି, ୧୮ ମୃତ

ନାଇଜେରିଆର ମସ୍‌ଜିଦ୍‌ରେ ଗୁଳି, ୧୮ ମୃତ

ନାଇଜେରିଆର ମସ୍‌ଜିଦ୍‌ରେ ଗୁଳି, ୧୮ ମୃତ

 ନୂଆଦିଲ୍ଲୀ: ନାମାଜ ପାଠ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପରେ କିଛି ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ଆଫ୍ରିକାର ନାଇଜେରିଆର ଉତ୍ତରାଞ୍ଚଳରେ ଅବସ୍ଥିତ ଏକ ମସ୍ଜିଦ ଭିତରେ ଘଟିଛି ଏହି ବର୍ବର ଗୁଳିକାଣ୍ଡ। ଏଥିରେ ୧୮ ଜଣଙ୍କ ମୃତୁ୍ର ହୋଇଥିବା ସୂଚନା ମିଳିଛି।

ନାଇଜେରିଆର ମାସେଗୁ ଅଞ୍ଚଳର ମାଜକୁକୁା ଗାଁରେ ଏହି ଅଘଟଣ ଘଟିଛି। ଏହି ଆକ୍ରମଣକାରୀମାନେ ଜାତିଗତ ଫୁଲାନି ପାଳକ ସମ୍ପ୍ରଦାୟର ବୋଲି ସନ୍ଦେହ କରାଯାଉଛି। ଗୁଳିମାଡ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଆକ୍ରମଣକାରୀମାନେ ମସଜିଦକୁ ଘେରି ରହିଥିଲେ ଏବଂ ଗୁଳି ଚଳାଇଥିଲେ ବୋଲି ମାସେଗୁ ସ୍ଥାନୀୟ ସରକାରୀ ଅଞ୍ଚଳର ସଭାପତି ଅହ୍ଲାସନ ଇସା କହିଛନ୍ତି। ଏହି ଆକ୍ରମଣରେ ଅନ୍ୟ ଚାରି ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ପ୍ରାୟ ଏକ ସପ୍ତାହ ପୂର୍ବରୁ ଆକ୍ରମଣକାରୀମାନେ ଉତ୍ତର-ପଶ୍ଚିମ ସୋକୋଟୋ ରାଜ୍ୟର ଏକ ଗ୍ରାମାଞ୍ଚଳ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅତି କମରେ ୪୦ଜଣଙ୍କର ମୃତ୍ୟୁ ହୋଇଥିଲା। ଏପରିକି ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନୀୟ ଅଞ୍ଚଳଛାଡି ଭୟରେ ପଳାୟନ କରିଥିଲେ।

ଚଳିତ ବର୍ଷ ଏଭଳି ଜାତିଗତ ହିଂସାରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ନାଇଜେରିଆ ଉପରେ ହୋଇଥିବା ଏହି ଆକ୍ରମଣରୁ ଜଣାପଡିଛି ଯେ ଦେଶର ସୁରକ୍ଷା ବ୍ୟବସ୍ଥା କେତେ ଖରାପ ହୋଇଛି। ନାଇଜେରିଆର ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳର ଅଧିକାଂଶ ରାଜ୍ୟର ସ୍ଥିତି ଏଭଳି ରହିଛି। ବିଶେଷ କରି ଉତ୍ତର-ପଶ୍ଚିମ ଅଞ୍ଚଳରେ ହିଂସା ବୃଦ୍ଧି ପାଇଛି।