ନବୀନଙ୍କ ବେଳର 26ଟି ଯୋଜନାର ନାଁ ପରିବର୍ତ୍ତନ କରିଥିବା ବିଧାନ ସଭାରେ ମାନିଲେ ମୁଖ୍ୟମନ୍ତ୍ରୀ ମୋହନ

ପୂର୍ବ ସରକାରର ଗୋଟିଏ କି ଦୁଇଟି ନୁହେଁ ବରଂ 21ଟି ଯୋଜନାର ନାଁ ବଦଳାଇଛନ୍ତି ନୂଆ ମୋହନ ସରକାର ! ଏକଥା ଆମେ କହୁନାହୁଁ, ଗୁରୁବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ଲିଖିତ ଉତ୍ତର ରଖାଯାଇଛନ୍ତି । ଉତ୍ତରରୁ ମିଳିଥିବା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ମୋଟ ୨୧ଟି ଯୋଜନାର ନାମ ପରିବର୍ତ୍ତନ ମୋହନ ସରକାରଙ୍କ ଦ୍ବାରା କରାଯାଇଛି ।
ପୂର୍ବ ସରକାରର ଅର୍ଥାତ ନବୀବ ପଟ୍ଟନାୟକଙ୍କ ସରକାରରେ କାଳିଆ ଯୋଜନା ଏବେ ସିଏମ୍ କିଷାନରେ ପରିବର୍ତ୍ତିତ ହୋଇଥିବାବେଳେ ଓଡ଼ିଶା ମିଲେଟ୍ ମିଶନ ଏବେ ଶ୍ରୀଅନ୍ନ ଯୋଜନାରେ ନାମିତ ହେଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଆଉ ଯେଉଁଥି ପାଇଁ ରାଜ୍ୟର ମୁଖ୍ୟ ବିରୋଧି ଦଳ, ବିଜେଡିକୁ ମିଳିଛି ବିଜେପି ସରକାରଙ୍କୁ ଘେରିବାର ଭଲ ମଉକା ।
ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭାବେ ନାମିତ ହୋଇଛି। ବିଜୁ ପକ୍କା ଘର ଯୋଜନାକୁ ଅନ୍ତଦୋୟ ଗୃହ ଯୋଜନା ନାମ ରଖାଯାଇଛି ।