ଏପଟେ ସପଥ ପାଠ, ସେପଟେ ଛିଡୁନି ଅଙ୍କ

ଏପଟେ ସପଥ ପାଠ, ସେପଟରେ କିନ୍ତୁ ଛିଡୁନି ଅଙ୍କ । ହଁ ଆଜ୍ଞା, ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ନିର୍ବାଚନି ଫଳାଫଳ ଆସିବା ପରେ କେନ୍ଦ ସରକାର ଚିନ୍ତା । ମହାରାଷ୍ଟ୍ର ନିର୍ବାଚନରେ ଆଶାଠାରୁ ଅଧିକ ଭଲ ପଦର୍ଶନ କରିଥିଲା ବିଜେପି । ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ଭିତରେ ଖୁସି ନକହିଲେ ସରେ । କିନ୍ତୁ ଏଠି ଗାଦୀ ସମ୍ଭାଳିବ କିଏ ? ତାକୁ ନେଇ ବଡ ଚିନ୍ତାରେ କେନ୍ଦ୍ର ବିଜେପି । ହଁ ଆଜ୍ଞା ଏକଥା ଆମେ ଏଥି ପାଇଁ କହୁଛୁ, ମହାରାଷ୍ଟ୍ର ନିର୍ବାଚନ ଫଳ ଆସିବା ପରଦିନଠୁ ହିଁ, ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଚର୍ଚ୍ଚା ବଢିଥିଲା । ଯାହାର ଅଙ୍କ ଅଯଏଁ ଛିଡୁପାରୁନି । ଖାସ୍ କରି ଦେବେନ୍ଦ୍ର ଫଡନାଭିସ୍ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ ତାକୁ ନେଇ ଚାଲିଛି ମାନସ ମନ୍ଥନ । ଆଉ ୟାରି ଭିତରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରେସରୁ ନିଜକୁ ବାହାର କରିଦେଇଥିବା ନେଇ ଖବର ଆସିଛି । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ? କିଏ ଉପ-ମୁଖ୍ୟମନ୍ତ୍ରୀ ହେବ? ଏକନାଥ ସିନ୍ଦେଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ? ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଆଲେଚନା ଆଉ ସମାଲୋଚନା ।
ମହାରାଷ୍ଟ୍ର ରେଜଲ୍ଟ ଆସିବା ପରେ, ୨୮୮ ଆସନରୁ ମହାୟୁତି ମେଣ୍ଟକୁ ମିଳିଥିଲା ସ୍ପଷ୍ଟ ବହୁମତ । ଏହାମଧ୍ୟରେ ବିଜେପିକୁ ୧୩୨ ସିଟ୍ ଜିତିଥିବାବେଳେ, ଶିବସେନା ୫୭ ସିଟ୍, ଏନସିପି ୪୧ ସିଟ୍ ଜିତିଥିଲା । ଅନ୍ୟପଟେ କଂଗ୍ରେସ କେବଳ ୧୬ ସିଟ୍, ଶିବସେନା (ୟୁବିଟି) ୨୦ ସିଟ୍ ଆଉ ଏନସିପି (ଶରଦ ପାଓ୍ୱାର) ୧୦ଟି ସିଟରେ ଜିତାପଟ ହାସଲ କରିଥିଲେ । ଯଦିଓ ଏକନାଥ ସିନ୍ଦେ କହିଛନ୍ତି ଯେ, ବିଜେପି ନେତୃତ୍ୱ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଯାହା ବି ନିଷ୍ପତ୍ତି ନେବେ ସେ ତାକୁ ଗ୍ରହଣ କରିବେ । ମୋଦୀ, ଶାହା ହିଁ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ଧାର୍ୟ୍ୟ କରିବେ । ତେବେ ଏହାରି ଭିତରେ ରବିବାର ବିଳମ୍ବିତ ରାତି ପର୍ୟ୍ୟନ୍ତ ଅମିତ ଶାହାଙ୍କ ବାସଭବନରେ ଚାଲିଥିବା ମିଟିଂ, ଦାଲମେ କୁଛ କାଲା ହେ ଭଳି ସୁଚାଉଛି । କାରଣ ଏବେ ବି ବୈଛକକୁ ଅନେକ ସମୟ ବିତିଥିଲେ ସୁଦ୍ଧା କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ପାରିନାହିଁ । ଏବେବି ହାଇକମାଣ୍ଡଙ୍କ ନିଷ୍ପତ୍ତି ମୁଣ୍ଡଉପରେ ଖଣ୍ଡା ଝୁଲିଲା ଭଳି ଝୁଲିକି ରହିଛି ।
ସେପଟେ କିନ୍ତୁ ରାଞ୍ଚିରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଝାଡଖଣ୍ଡର ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେର ଶପଥ ନେଇଛନ୍ତି ହେମନ୍ତ ସୋରେନ ।