ଧର୍ମେନ୍ଦ୍ରଙ୍କଠାରୁ ଅଶ୍ୱିନୀ ଢେର ଧନୀ
ଧର୍ମେନ୍ଦ୍ରଙ୍କଠାରୁ ଅଶ୍ୱିନୀ ଢେର ଧନୀ
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜ ନିଜ ସମ୍ପତ୍ତି ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି । ଏହି କ୍ରମରେ ଓଡ଼ିଶାର ତିନି ଜଣ ମନ୍ତ୍ରୀ ମଧ୍ୟ ସମ୍ପତ୍ତି ତାଲିକା ଦେଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହୋଇଛି । ପ୍ରଥମଥର ଲାଗି ମନ୍ତ୍ରୀ ହୋଇଥିବା ଶ୍ରୀ ଟୁଡୁଙ୍କ ନିକଟରେ ଅସ୍ଥାବର ସଂପତ୍ତିଭାବେ ଗୋଟିଏ ବାଇକ୍, ସ୍କର୍ପିଓ ଓ ଏଣ୍ଡିଏଭର ଗାଡ଼ି ଓ ୨୦ ଗ୍ରାମର ସୁନା ରହିଛି । ଦୁଇଟି ବ୍ୟାଙ୍କର ଋଣ ନେଇ ୪୯ଲକ୍ଷ ଟଙ୍କାର ସଂପତ୍ତି କିଣିଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ତାଙ୍କ ଜମି ଓ ଘର ମୂଲ୍ୟ ୩ ଲକ୍ଷ ହୋଇଥିଲା ବେଳେ ଆଉ ଗୋଟିଏ ଜମିର ମୂଲ୍ୟ ୫ ଲକ୍ଷ ଟଙ୍କା । ତାଙ୍କ ପନôୀ ସୁମିତ୍ରା ଟୁଡୁଙ୍କ ପାଖରେ ଶହେ ଗ୍ରାମ ସୁନା ଯାହାର ମୂଲ୍ୟ ୩ଲକ୍ଷ ଓ ୩ଶହ ଗ୍ରାମ ରୁପା ରହିଛି । ଯାହାର ଦାମ ୧୫ହଜାର ଟଙ୍କା ହେବ । ଏହାଛଡ଼ା ତାଙ୍କର ଅନ୍ୟ କୌଣସି ସ୍ଥାବର ସଂପତ୍ତି ନାହିଁ ।
ସେହିପରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ତାଙ୍କ ପନôୀଙ୍କ ନାଁରେ ଗୁରୁଗାଓଁରେ ଏକ ଫ୍ଲାଟ ରହିଛି, ଯାହାକୁ ସେ ୨୦୧୦ ମସିହାରେ କୋଟିଏ ଟଙ୍କାରେ କିଣିଥିଲେ । ଯାହାର ମୂଲ୍ୟ ଏବେ ୩କୋଟି ଟଙ୍କା । ସେହିପରି ଅହମଦାବାଦରେ ଥିବା ଫ୍ଲାଟର ମୂଲ୍ୟ ୪୫ଲକ୍ଷ ଟଙ୍କା । ୨୦୦୩ ମସିହାରେ ପ୍ରାଚୀ ଏନକ୍ଲେଭରେ ସେ ବିଡିଏଠାରୁ ୩.୬୧ଲକ୍ଷ ଟଙ୍କାରେ ଏକ ଜାଗା କିଣିଥିଲେ । ଯାହାର ବର୍ତମାନର ମୂଲ୍ୟ ୬୫ଲକ୍ଷ ଟଙ୍କା । ତାଙ୍କର କୌଣସି ଚାଷ ଜମି ନାହିଁ । ତାଙ୍କ ପାଖରେ ନଗଦ ୧୬ହଜାର ଟଙ୍କା ଥିବା ବେଳେ ଗାଡ଼ି ଭାବେ ଗୋଟିଏ ହୁ୍ୟଣ୍ଡାଇ ସାଣ୍ଟା ଫି କାର, ଏଚଡିଏଫସି ବ୍ୟାଙ୍କରେ ୧୮ଲକ୍ଷରୁ ଅଧିକ ଟଙ୍କା ରହିଛି । ତହିଁରୁ ୧୦ଲକ୍ଷ ଏଫଡି ଭାବେ ଅଶ୍ୱିନୀ ରଖିଛନ୍ତି । ଇପିଏଫରେ ୧କୋଟି ୩୯ଲକ୍ଷ, ସିମେନସ ଇଣ୍ଡିଆରେ ୧୫ଲକ୍ଷ ୪୮ହଜାର, ପିପିଏଫରେ ୩୨ଲକ୍ଷରୁ ଅଧିକ ଓ ଦୁଇଟି ଜୀବନ ବୀମାରେ ସାଢେ଼ ୩ଲକ୍ଷରୁ ଅଧିକ ଟଙ୍କା ରହିଛି । ୪ଟି କମ୍ପାନିରେ ଅଶ୍ୱିନୀଙ୍କ ହୋଲି୍ଡଂ ଓ ସେୟାର ରହିଛି । ଯାହାର ମୂଲ୍ୟ ୪୬ କୋଟିରୁ ଅଧିକ । ସେହିପରି ଗୁଜୁରାଟ ଫର୍ଟିଲାଇଜର କର୍ପୋରେସନରରେ ୨.୨୮ଲକ୍ଷ, ଏଲଏଣ୍ଡଟିରେ ୩.୪୧ଲକ୍ଷ, ବେଦାନ୍ତରେ ୫୪ହଜାର ଟଙ୍କା ମୂଲ୍ୟର ସେୟାର ରହିଛି । ଏହା ବାଦ୍ ୨୨ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ସାମଗ୍ରୀ ରହିଥିବା ସେ ଦର୍ଶାଇଛନ୍ତି । ତାଙ୍କ ପନôୀ ସୁନିତାଙ୍କ ଏଚଡିଏଫସି ବ୍ୟାଙ୍କରେ ୫୫ଲକ୍ଷରୁ ଅଧିକ ଟଙ୍କା ଥିବା ବେଳେ ୫ଲକ୍ଷ ୭୨ହଜାର ଟଙ୍କାର ଅଳଙ୍କାର ରହିଛି । ଦୁଇଟି କମ୍ପାନିରେ ୧୫କୋଟି ୬୪ଲକ୍ଷରୁ ଅଧିକ ମୂଲ୍ୟର ସେୟାର ଥିବା ବେଳେ ନଗଦ ୫ହଜାର ଟଙ୍କା ରହିଥିବା ସୂଚନା ଦେଇଛନ୍ତି । ୨୫ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ସାମଗ୍ରୀ ରହିଛି । ତେବେ ତାଙ୍କର ୧୦ଲକ୍ଷରୁ ଅଧିକ ଟଙ୍କାର ଋଣ ରହିଛି । ଏସବୁକୁ ମିଶାଇଲେ ଅଶ୍ୱିନୀଙ୍କ ସଂପତ୍ତି ୭୦ କୋଟିରୁ ଅଧିକ ହେବ ।
ସେହିପରି କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନଙ୍କର ଗତ ମାର୍ତ ୩୧ତାରିଖ ସୁଦ୍ଧା ୨କୋଟି ୯ଲକ୍ଷରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି । ତେବେ ୪୬ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଲାଏବିଲିଟି ବା ଆର୍ଥôକ ବୋଝକୁ ବାଦ୍ ଦେଲେ ସମୁଦାୟ ସଂପତ୍ତି ମୂଲ୍ୟ ୧କୋଟି ୬୨ଲକ୍ଷ ଟଙ୍କାରୁ ଅଧିକ ହେବ । ତାଙ୍କର ଗାଜିଆବାଦରେ ଥିବା ଘର ମୂଲ୍ୟ ୯୬ଲକ୍ଷରୁ ଅଧିକ ଓ ବ୍ୟାଙ୍କରେ ୫୮ଲକ୍ଷର ଜମାରାଶି ରହିଛି । ସେହପିରି ତାଙ୍କ ପନôୀ ମୃଦୁଳା ପ୍ରଧାନଙ୍କ ନାଁରେ ୨କୋଟି ୮୧ଲକ୍ଷ ଟଙ୍କାରୁ ଅଧିକ ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି । ଏଥିରେ ୧.୩ କୋଟି ଟଙ୍କା ମୂଲ୍ୟର ବ୍ୟବସାୟିକ ଗାଡ଼ି, ୩୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ରହିଛି । ତାଙ୍କ ଝିଅଙ୍କ ପାଖରେ ୧୧ଲକ୍ଷରୁ ଅଧିକ ଜୀବନ ବୀମା ଓ ବ୍ୟାଙ୍କ ଡିପୋଜିଟ୍ ଥିବା ବେଳେ ପୁଅଙ୍କ ପାଖରେ ସମୁଦାୟ ୩ଲକ୍ଷ ୨୪ହଜାର ଟଙ୍କା ରହିଥିବା ଶ୍ରୀ ପ୍ରଧାନ ସତ୍ୟପାଠରେ ଦର୍ଶାଇଛନ୍ତି ।




admin 