ଦ୍ୱିତୀୟ ଲହରରେ ସଂକ୍ରମଣ କମିବାର ନାମ ନେଉନାହିଁ : ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

ଦ୍ୱିତୀୟ ଲହରରେ ସଂକ୍ରମଣ କମିବାର ନାମ ନେଉନାହିଁ : ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

ଦ୍ୱିତୀୟ ଲହରରେ ସଂକ୍ରମଣ କମିବାର ନାମ ନେଉନାହିଁ : ସ୍ୱାସ୍ଥ୍ୟ ନିଦେ୍ର୍ଧଶକ

ଭୁବନେଶ୍ୱର:  କରୋନକୁ ମାତ ଦେବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରୁଛନ୍ତି । ଟିକାକରଣ ଅଭିଯାନକୁ ଜୋରଦାର କରୁଛନ୍ତି ।  ଲୋକମାନଙ୍କୁ କରୋନା ଗାଇଡଲାଇନ ମାନିବା ପାଇଁ ସଚେତନ କରାଉଛନ୍ତି । ଏହା ସତ୍ତ୍ୱେ  ବି   ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଲହରରେ ସଂକ୍ରମଣ କମିବାର ନାମ ନେଉନାହିଁ । 

ତେବେ ସର୍ଭେଲାନ୍ସ ଓ ଟ୍ରିଟମେଣ୍ଟ ନେଇ  ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର  ସୂଚନା ଦେଇ କହିଛନ୍ତି ଯେ, ସର୍ଭେଲାନ୍ସ ଓ ଟ୍ରିଟମେଣ୍ଟ ଚାଲିଛି । କିନ୍ତୁ କମୁ୍ୟନିିଟିରେ ଭାଇରସ ରହିଛି ।  କିଛ ସ୍ଥାନରେ କମୁନି । ସେଠାରେ ସର୍ଭେଲାନ୍ସ ଓ ଟେଷ୍ଟିଂ ବଢେଇବୁ ।  କେନ୍ଦ୍ରୀୟ ଟିମ ଏବେ ବି ବୁଲୁଛନ୍ତି । ଯାହା ପରାମର୍ଶ ଦେବେ ଆମେ କରିବୁ  । ଧୀରେ ଧୀରେ ସଂକ୍ରମଣ କମୁଛି । ଏନେଇ ଆତଙ୍କିତ ହେବାର ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ପ୍ରକାଶ ଯେ, ରାଜ୍ୟରେ ଆଉ ୨୮୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୬୧୩ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୧୯୩ ଜଣ ସଂକ୍ରମିତ ହୋଇଛନ୍ତି  ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୦୨, ବାଲେଶ୍ୱରରେ ୧୫୩, ବରଗଡ଼ରେ ୩୩, ଭଦ୍ରକରେ ୮୩, ବଲାଙ୍ଗୀରରେ ୧୦, ବୌଦ୍ଧରେ ୯, କଟକରେ ୪୪୧, ଦେବଗଡ଼ରେ ୪, ଢେଙ୍କାନାଳରେ ୧୨୪, ଗଜପତିରେ ୬, ଗଞ୍ଜାମରେ ୧୯, ଜଗତସିଂହପୁରରେ ୧୧୯, ଯାଜପୁରରେ ୨୫୨, ଝାରସୁଗୁଡ଼ାରେ ୧୦, କଳାହାଣ୍ଡିରେ ୨୫, କନ୍ଧମାଳରେ ୧୭, କେନ୍ଦ୍ରାପଡ଼ାରେ ୫୭, କେନ୍ଦୁଝରରେ ୭୨, ଖୋର୍ଦ୍ଧାରେ ୫୯୦, କୋରାପୁଟରେ ୨୯, ମାଲକାନାଗିରିରେ ୩୫, ମୟୂରଭଞ୍ଜରେ ୧୦୯, ନବରଙ୍ଗପୁରରେ ୨୦, ନୟାଗଡ଼ରେ ୮୬, ନୂଆପଡ଼ାରେ ୭, ପୁରୀରେ ୧୩୮, ରାୟଗଡ଼ାରେ ୩୦, ସମ୍ବଲପୁରରେ ୨୬, ସୋନପୁରରେ ୧୬, ସୁନ୍ଦରଗଡରେ ୬୫ ଓ ରାଜ୍ୟ ପୁଲରେ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି  ।