ଦ୍ରୌପଦୀଙ୍କ ନାମାଙ୍କନରେ ସାମିଲ ହେବ ବିଜେଡି

ଦ୍ରୌପଦୀଙ୍କ ନାମାଙ୍କନରେ ସାମିଲ ହେବ ବିଜେଡି

ଦ୍ରୌପଦୀଙ୍କ ନାମାଙ୍କନରେ ସାମିଲ ହେବ ବିଜେଡି
ଭୁବନେଶ୍ୱର: ଗତକାଲି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଘୋଷଣା କରିଥିବାବେଳେ ଆଜି ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ବିଜେଡି ସାମିଲ ହେବ ବୋଲି ଜଣାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ବିଜେପିର ୧୦ ଜଣ ବିଧାୟକ ଆଜି ଦିଲ୍ଳୀ ଯିବାର କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟାରେ ସେମାନେ ଦିଲ୍ଲୀଗସ୍ତ କରିବାର ନେଇ ବିଧାୟକମାନେ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ କରିବା ବେଳେ ସମ୍ପୃକ୍ତ ବିଧାୟକମାନେ ସେଠାରେ ଉପସ୍ଥିତ ରହିବେ । ପ୍ରକାଶ ଯେ, ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ କରିବ। ଟ୍ବିଟ କରି ଗତକାଲ ଘୋଷଣା ଗତକାଲ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ସମସ୍ତ ବିଧାୟକଙ୍କୁ ଅପିଲ ଗତକାଲ ମୁଖ୍ୟମନ୍ତ୍ରୀ । ସର୍ବୋଚ୍ଚ ପଦରେ ଓଡ଼ିଆ ଝିଅକୁ ସମର୍ଥନ ଦେବାକୁ ସେ ଅପିଲ ଗତକାଲ । ବିଜେପି ସଂସଦୀୟ ଦଳ ବୈଠକରେ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି। ଓଡିଶାରୁ ଦ୍ରୌପଦୀ ମର୍ମୁ ପ୍ରଥମ ଓଡ଼ିଆ ମହିଳା ଭାବେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଲଢୁଛନ୍ତି। ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସମର୍ଥନ କରାଯାଇଛି। ଏଥିସହ ଓଡ଼ିଶାର ଝିଅକୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଧାୟକଙ୍କୁ ଅପିଲ କରିଛନ୍ତି।