ଦୈନିକ ଦେବୁ କୋଟିଏ ଟିକା

ଦୈନିକ ଦେବୁ କୋଟିଏ ଟିକା

ଦୈନିକ ଦେବୁ କୋଟିଏ ଟିକା
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୧୧ ହଜାର ୨୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩ ହଜାର ୮୪୭ ଜଣ ମୃତୁ୍ୟବରଣ କରିଛନ୍ତି । ଏହାରି ଭିତରେ ଆସିଲା ଆଉ ଏକ ବଡ ଖବର । ତାହା ହେଲା ଦେଶରେ ଦୈନିକ ଚାଲିକ ଏକ କୋଟି ଟିକାକରଣ । ଟିକାକରଣ ନେଇ ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମକୁ ଦୈନିକ ୧ କୋଟି ଡୋଜ୍ ଟିକାକରଣ ନେଇ ପ୍ରସ୍ତୁତ ହେବାକୁ ପଡିବ । ଆଗାମୀ କିଛି ସପ୍ତାହ ମଧ୍ୟରେ ସାକାର ହେବ, ଆମକୁ ପ୍ରସ୍ତୁ ହେବାକୁ ପଡିବ । ଦୈନିକ ୪୩ ଲକ୍ଷ ଟିକାକରଣ କରିଛୁ, ୩ ସପ୍ତାହରେ ୭୩ ଲକ୍ଷକୁ ବଢାଇବୁ । ଦୈନିକ ୧ କୋଟି ଟିକାକରଣ ପାଇଁ ଆମକୁ ସେମିତି ସିଷ୍ଟମ କରିବାକୁ ପଡିବ ।