ଦେଶରେ ୨୪ ଘଣ୍ଟାରେ ୩୦, ୭୭୩ ନୂଆ ସଂକ୍ରମିତ ଚିହ୍ନଟ
ଦେଶରେ ୨୪ ଘଣ୍ଟାରେ ୩୦, ୭୭୩ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୩୦ ହଜାର ୭୭୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ଏମାଙ୍କନ ମଧ୍ୟରୁ କେବଳ କେରଳରୁ ୧୯ ହଜାର ୩୨୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହା ଏବେ ଚିନ୍ତାର ବିଷୟ ପାଲଟିଛି ଜ୍ଝ ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ୩୦୯ ଜଣଙ୍କର ଜୀବନ ନେଇଛି ଜ୍ଝ କେବଳ କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି ଜ୍ଝ
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଏହି ନୂଆ ପଜିଟିଭଙ୍କ ସଂଖ୍ୟାକୁ ମିଶାଇଲେ ଏପର୍ୟ୍ୟନ୍ତ ସମୁଦାୟ ୩ କୋଟି ୩୪ ଲକ୍ଷ ୪୮ ହଜାର ୧୬୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ବର୍ତ୍ତମାନ ୩ ଲକ୍ଷ ୩୨ ହଜାର ୧୫୮ଟି ସକ୍ରିୟ ମାମଲା ଥିବାବେଳେ ୩ କୋଟି ୨୬ ଲକ୍ଷ ୭୧ ହଜାର ୧୬୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ଜ୍ଝ ର୍ତ୍ତମାନ ସୁଦ୍ଧା ସମୁଦାୟ ୪ ଲକ୍ଷ ୪୪ ହଜାର ୮୩୮ ଜଣଙ୍କର ମୃତ୍ୟୁ ହୋଇଛି।




admin 