ଦେଶରେ ୨୪ ଘଣ୍ଟାରେ ୨୩୬୪ କରୋନା ସଂକ୍ରମିତ ଚିହ୍ନଟ
ଦେଶରେ ୨୪ ଘଣ୍ଟାରେ ୨୩୬୪ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ୩ ହଜାର ତଳେ ରହିଛି । ଆଜି ୨ ହଜାର ୩୬୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ମୃତୁ୍ୟ ସଂଖ୍ୟା ୧୦ ରହିଛି । ଏହି ସମୟରେ ସକ୍ରିୟ ମାମଲା ୧୫ହଜାର ୨୧୯ ରହିଛି ।
ସେହିପରି ୨୪ ଘଣ୍ଟାରେ ୨ହଜାର ୫୮୨ଜଣ ସୁସ୍ଥ ହୋଇଛନ୍ତି । ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୩୦୩ ଛୁଇଁଛି । ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୨୯ହଜାର ୫୬୩ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୮୯ହଜାର ୮୪୧ଜଣ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଟିକାକରଣ ସଂଖ୍ୟା ୧୯୧କୋଟି ୮୦ଲକ୍ଷରୁ ଅଧିକ ଟପିଛି । ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଥିବାବେଳେ ୮୨ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି ।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୫୩୨ଜଣ ଆକ୍ରାନ୍ତ, ସେହିପରି କେରଳରେ ୫୯୬ଜଣ, ହରିଆଣାରେ ୨୫୭, ମହାରାଷ୍ଟ୍ରରେ ୩୦୭, ଉତ୍ତରପ୍ରଦେଶରେ ୧୩୯ଜଣ, କର୍ଣ୍ଣାଟକରେ ୧୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।




admin 