ଦେଶରେ ବିଜୁଳି ସଂକଟ ଏଡ଼ାଇବାକୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ

ଦେଶରେ ବିଜୁଳି ସଂକଟ ଏଡ଼ାଇବାକୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ

ଦେଶରେ ବିଜୁଳି ସଂକଟ ଏଡ଼ାଇବାକୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ: ବିଜୁଳି ସଙ୍କଟ ଏଡ଼ାଇବାକୁ କିଛି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ବାତିଲ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ତାପଜ ବିଜୁଳି ଶକ୍ତି କେନ୍ଦ୍ରଗୁଡ଼ିକୁ ତୁରନ୍ତ କୋଇଲା ପଠାଇବା ଜରୁରୀ ହୋଇ ପଡ଼ିଛି। ମାଲ୍‌ବାହୀ ଟ୍ରେନ୍ଗୁଡ଼ିକର ଅବାଧ ଚଳାଚଳ ପାଇଁ ଏଭଳି ପଦକ୍ଷପ ସାମୟିକ ଭାବେ ନିଆଯାଇଛି ବୋଲି ଭାରତୀୟ ରେଳବାଇର ଅନ୍ୟତମ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ଗୌରବକୃଷ୍ଣ ବଂଶଲ କହିଛନ୍ତି।  

ଦେଶରେ ଉତ୍କଟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପଜ ବିଦ୍ୟୁତ୍ କେନ୍ଦ୍ରମାନଙ୍କରେ କୋଇଲାର ଚାହିଦା ବଢ଼ି ଯାଇଛି। ଦେଶର ୭୦% ବିଜୁଳି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ସୃଷ୍ଟି ହୁଏ। କୋଇଲା ସଙ୍କଟ ଯୋଗୁଁ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଆବଶ୍ୟକ ପରିମାଣର ବିଜୁଳି ଉତ୍ପାଦନ ହୋଇ ପାରୁ ନ ଥିବାରୁ ଦେଶର ଅନେକ ଭାଗରେ ଦୀର୍ଘ ସମୟ ବିଜୁଳି କାଟ ହେବା ସହ କଳକାରଖାନାରେ ଉତ୍ପାଦନ ହ୍ରାସ ପାଉଛି।

ସାମୟିକ ଭାବେ ଏ ଭଳି ପଦକ୍ଷେପ ନିଆଯାଇଛି। ପରିସ୍ଥିତି ସ୍ବାଭାବିକ ହେଲେ ଯାତ୍ରୀବାହୀ ରେଳସେବା ପୁଣି ଆରମ୍ଭ ହେବ। ପାୱାର୍ ପ୍ଲାଣ୍ଟ୍ଗୁଡ଼ିକୁ ଯଥା ସମ୍ଭବ କମ୍ ସମୟରେ କୋଇଲା ପଠାଇବାକୁ ରେଳବାଇ ଉଦ୍ୟମ କରୁଛି।

ପାୱାର୍ ପ୍ଲାଣ୍ଟ୍ଗୁଡ଼ିକର କୋଇଲା ଚାହିଦା ମେଣ୍ଟାଇବା ଲାଗି ଆହୁରି ଅଧିକ ୧୦୦,୦୦୦ ୱାଗନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି। ଶୀଘ୍ର ମାଲ୍ ପହଞ୍ଚାଇବା ପାଇଁ ‘ଡେଡିକେଟେଡ୍ ଫ୍ରେଟ୍ କରିଡର୍’ ମଧ୍ୟ ନିର୍ମାଣ କରାଯାଉଛି।

ବିଜୁଳି ଚାହିଦା ବୃଦ୍ଧି ପାଇବାରୁ ଭାରତର ଚଳିତ ମାସ ପ୍ରାରମ୍ଭରୁ ପାୱାର୍ ପ୍ଲାଣ୍ଟ୍ଗୁଡ଼ିକର ରିଜର୍ଭରୁ ୧୭% କୋଇଲା ହ୍ରାସ ପାଇଛି।