ଦେଶରେ କମୁଛି କରୋନା, ୨୪ ଘଣ୍ଟାରେ ୨,୫୧,୨୦୯ ସଂକ୍ରମିତ ଚିହ୍ନଟ

ଦେଶରେ କମୁଛି କରୋନା, ୨୪ ଘଣ୍ଟାରେ ୨,୫୧,୨୦୯ ସଂକ୍ରମିତ ଚିହ୍ନଟ

ଦେଶରେ କମୁଛି କରୋନା, ୨୪ ଘଣ୍ଟାରେ ୨,୫୧,୨୦୯ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ଘଣ୍ଟାରେ ଦେଶରେ  ୨ଲକ୍ଷ ୫୧ହଜାର ୨୦୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଗତକାଲି ଠାରୁ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୫ହଜାର କମ୍ ରହିଛି ।  ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୬ଲକ୍ଷ ୨୨ହଜାର ୭୦୯କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ ପଜିଟିଭ୍ ହାର ୧୫.୮ ପ୍ରତିଶତ ରହିଛି । 

 

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨୧ଲକ୍ଷ ଉପରେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୨୧ଲକ୍ଷ ୫ହଜାର ୬୧୧ରେ ପହଞ୍ଚିଛି । ଏବେ ସୁଦ୍ଧା ମୋଟ ୩କୋଟି ୮୦ଲକ୍ଷ ୨୪ହଜାର ୭୭୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଦେଶରେ  ଟିକାକରଣ ପ୍ରକ୍ରିୟା ମଧ୍ୟ  ଦ୍ରୁତ ବେଗରେ ଚାଲିଛି ।