ଦେଶବିରୋଧୀ କାମ ଅଭିଯୋଗରେ କାଶ୍ମୀର ସାମ୍ବାଦିକ ଗିରଫ

ଦେଶବିରୋଧୀ କାମ ଅଭିଯୋଗରେ କାଶ୍ମୀର ସାମ୍ବାଦିକ ଗିରଫ

ଦେଶବିରୋଧୀ କାମ ଅଭିଯୋଗରେ କାଶ୍ମୀର ସାମ୍ବାଦିକ ଗିରଫ

ଶ୍ରୀନଗର: ସାମାଜିକ ଗଣମାଧ୍ୟମରେ ଦେଶ ବିରୋଧୀ ପୋଷ୍ଟ କରିବା ଅଭିଯୋଗରେ ପୁଲିସ୍ ଏକ ନ୍ୟୁଜ୍‌ ପୋର୍ଟାଲର ସମ୍ପାଦକ ଫହାଦ ଶାହଙ୍କୁ ଗିରଫ କରିଛି। ପୁଲିସ୍ କହିଛି ଯେ ଫହାଦ କରିଥିବା ପୋଷ୍ଟରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ପ୍ରଶଂସା କରାଯାଇଛି। ପୋଷ୍ଟ ଜରିଆରେ ସେ ଲୋକଙ୍କ ଭିତରେ ଭୟ ସୃଷ୍ଟି କରି ଆଇନଶୃଙ୍ଖଳା ପରିସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରିଛନ୍ତି।

ଏହାର ତଦନ୍ତ କରିବା ପରେ ଅଭିଯୁକ୍ତ ଫହାଦ ଶାହଙ୍କୁ ଗିରଫ କରାଯାଇଛି। ଏବେ ସେ ପୁଲିସ୍ ରିମାଣ୍ଡରେ ଅଛନ୍ତି। ଘଟଣାର ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ସାମ୍ବାଦିକ ଫହାଦ ଶାହଙ୍କ ଗିରଫଦାରୀ ଘଟଣାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତୀବ୍ର ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ପୁଲିସ୍ କହିଛି ଯେ ଫହାଦଙ୍କ ୱେବସାଇଟି ଜାଣିଶୁଣି ଅପରାଧିକ ଓ ଦେଶ ବିରୋଧୀ କଣ୍ଟେଣ୍ଟ ପୋଷ୍ଟ କରୁଛି। କିଛି ଫେସବୁକ ବ୍ୟବହାରକାରୀ ଓ ପୋର୍ଟାଲ ଜାଣିଶୁଣି ଦେଶବିରୋଧୀ ବିଷୟବସ୍ତୁ ପୋଷ୍ଟ କରୁଛନ୍ତି। ସେମାନେ ଫଟୋ, ଭିଡିଓ ଓ ଲେଖା ପୋଷ୍ଟ କରି ଲୋକଙ୍କ ଉସକାଇବାକୁ ଚେଷ୍ଟା କରୁଛନ୍ତି। ଏହା ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିବାର ଆଶଙ୍କା ଥିବା ମଧ୍ୟ ପୁଲିସ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।