ଦେବାଶିଷଙ୍କୁ ୫ ହଜାର ଟଙ୍କାର ତଣ୍ଡ ଦେବେ ମୋକିମ
ଦେବାଶିଷଙ୍କୁ ୫ ହଜାର ଟଙ୍କାର ତଣ୍ଡ ଦେବେ ମୋକିମ
କଟକ: ୫ ହଜାର ଟଙ୍କାର ତଣ୍ଡ ଦେବେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।୨୦୧୯ ବିଧାନସଭା ନିର୍ବାଚନରେ ଅନିୟମିତତା କରି କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିବା ଅଭିଯୋଗ ଆଣିଥିଲେ ପରାଜିତ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଏହି ଅଭିଯୋଗର ବିଚାର କରି ନିର୍ବାଚନ କୁ ଆସିଦ୍ଧ ଘୋଷଣା କରିବା ସହ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଇଲେକ୍ସନ ପିଟିସନ ଦାଖଲ କରିଥିଲେ ଦେବାଶିଷ ।
ତେବେ ଦେବାଶିଷଙ୍କ ମାମଲାରେ ବିଚରାଯୋଗ୍ୟ ତଥ୍ୟ ନଥିବା ଦର୍ଶାଇ ଏହାକୁ ଖାରଜ କରିବାକୁ ବିଧାୟକ ମହମ୍ମଦ ମୋକିମ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାକୁ କୋର୍ଟ ଖାରଜ କରିବା ସହ ପ୍ରତିପକ୍ଷଙ୍କୁ ୫ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ଦେବାଶିଷଙ୍କ ଇଲେକ୍ସନ ପିଟିସନକୁ କୋର୍ଟ କାୟମ ରଖିଛନ୍ତି। ଆସନ୍ତା ୨୯ ତାରିଖରେ ମୂଳ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।




admin 