ଦୁଷ୍କର୍ମ, ହତ୍ୟାକାରୀକୁ ଫାଶି

ଦୁଷ୍କର୍ମ, ହତ୍ୟାକାରୀକୁ ଫାଶି

ଦୁଷ୍କର୍ମ, ହତ୍ୟାକାରୀକୁ ଫାଶି
ଭୁବନେଶ୍ୱର: ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା କରିବା ଅଭିଯୋଗରେ ଜଣକୁ ଫାଶି ଦଣ୍ଡାଦେଶ ଦିଆଯାଇଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ କାଳିଆ ମାନା ଓରଫ ନବକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି । ଗତ ୨୦୧୮ ମାର୍ଚ୍ଚରେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ଘଟିଥିଲା ଏକ ନୃଶଂସ କାଣ୍ଡ । କାଳିଆ ଜଣେ ୯ ବର୍ଷର ନାବାଳିକାକୁ ଗାଁ ଦାଣ୍ଡରୁ ଉଠାଇ ନେଇଥିଲା । ପରେ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଦୁଷ୍କର୍ମ କରିବା ସହ ପ୍ରମାଣ ଲୁଚାଇବାକୁ ତାକୁ ହତ୍ୟା କରି ଫିଙ୍ଗି ଦେଇଥିଲା ।