ଦୁର୍ଘଟଣା ଘଟାଇ ଇନ୍ସପେକ୍ଟର ଫେରାର

ଦୁର୍ଘଟଣା ଘଟାଇ ଇନ୍ସପେକ୍ଟର ଫେରାର

ଦୁର୍ଘଟଣା ଘଟାଇ ଇନ୍ସପେକ୍ଟର ଫେରାର

ସୋନପୁର: ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ମାରିଛନ୍ତି ଇନ୍ସପେକ୍ଟର । ଆଜି ସକାଳୁ ସକାଳୁ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୋନପୁର ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ  । ବଲାଙ୍ଗିର ପଟରୁ ପନିପରିବା ଚାରା ବିକ୍ରି କରିବାକୁ ଆସିଥିବା ଏକ ଅଟୋ ବଡବହାଲି ଛକନିକଟରେ ରାସ୍ତା କଡରେ ଏକ ବାଇକ ଆରୋହୀ ସହ କଥା ହେଉଥିବା ସମୟରେ ସୋନପୁରରୁ ବଲାଙ୍ଗିରକୁ ଯାଉଥିବା ଏକ ଏର୍ଟିଗା କାର ଧକ୍କା ଦେଇଥିଲା  । ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣଙ୍କର  ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ଜଣାଯାଇଛି  । ସେହିଭଳି ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଛନ୍ତି  । ମୃତକମାନେ ସମସ୍ତେ ବଲାଙ୍ଗିର ଜିଲ୍ଲା ରାଘପାଲି ଅଞ୍ଚଳର ବୋଲି ଜଣାପଡିଛି  ।  

ସେପଟେ ଦୁର୍ଘଟଣା ଘଟାଇଥିବା ଏର୍ଟିଗା ଗାଡିର ମାଲିକାଣୀ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ଚାଳକ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ତେବେ ଏନେଇ ଏସପି ଅମରେଶ ପଣ୍ଡା ନିଜ ପ୍ରତିକ୍ରିୟାରେ ଭୁଲ ଦିଗରୁ ଏର୍ଟିଗା ଆସି ଧକ୍କା ଦେବା କଥା ଦର୍ଶାଇଛନ୍ତି, ଡ଼୍ରାଇଭର ଓ ଇନ୍ସପେକ୍ଟରଙ୍କୁ ତୁରନ୍ତ ଗିରଫ କରାଯିବା କଥା ମଧ୍ୟ କହିଛନ୍ତି । 

ସମସ୍ତ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।