ଦୁର୍ଘଟଣାରେ ଆହତ ଅଭିନେତ୍ରୀ ପଲ୍ଲବୀ ଯୋଶୀ

ଦୁର୍ଘଟଣାରେ ଆହତ ଅଭିନେତ୍ରୀ ପଲ୍ଲବୀ ଯୋଶୀ

ଦୁର୍ଘଟଣାରେ ଆହତ ଅଭିନେତ୍ରୀ ପଲ୍ଲବୀ ଯୋଶୀ

ମୁମ୍ବାଇ:ଏକ କାର୍‌ ଦୁର୍ଘଟଣାରେ ଆହତ ହୋଇଛନ୍ତି ‘ଦ କଶ୍ମୀର ଫାଇଲ୍ସ’ର ଅଭିନେତ୍ରୀ ପଲ୍ଲବୀ ଯୋଶୀ। ଫିଲ୍ମ ଭ୍ୟାକସିନ୍ ୱାର୍ର ସୁଟିଂ ଚାଲିଥିବା ବେଳେ ତାଙ୍କୁ ଏକ କାର୍ ନିୟନ୍ତ୍ରଣ ହରାଇ ଧକ୍କା ଦେଇଛି।

ଚର୍ଚ୍ଚିତ ପ୍ରଯୋଜକ ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର’ର ସୁଟିଂ ଚାଲିଥିଲା। ଅଭିନେତ୍ରୀ ତଥା ବିବେକଙ୍କ ପିତ୍ନୀ ପଲ୍ଲବୀଙ୍କର ଶଟ୍ ଥିଲା। ହେଲେ ସୁଟିଂ ସେଟରେ ହିଁ ଏକ କାର ଆସି ଅଭିନେତ୍ରୀ ପଲ୍ଲବୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଆହତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ସ୍ୱାମୀ ବିବେକ ଅଗ୍ନିହୋତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଓ ପ୍ରଯୋଜକ ଅଭିଷେକ ଅଗ୍ରୱାଲ ନିଜର ଆଗାମୀ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ହାଇଦ୍ରାବାଦରେ ଶୁଟିଂ ଚାଲିଥିବା ଏହି ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ବିବେକଙ୍କ ସ୍ତ୍ରୀ ତଥା ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ପଲ୍ଲବୀ ଯୋଶୀ। ଏହି ଫିଲ୍ମର ଶୁଟିଂ ସମୟରେ ତାଙ୍କର ଏକ କାର ସହ ଧକ୍କା ହୋଇଥିଲା। ତଥାପି ନିଜ ଶଟକୁ ପୂରଣ କରିଥିଲେ ପଲ୍ଲବୀ।


ଏଥିସହ ମୋଦିଙ୍କ ନେତୃତ୍ୱରେ ୨୪ ସାଧାରଣ ନିର୍ବାଚନରେ ପୁଣି ଥରେ ଦଳ କିଭଳି ବହୁମତ ହାସଲ କରି କ୍ଷମତା ବଜାୟ ରଖିବ, ସେଥିପାଇଁ ବି ଚାଲିଛି ଷ୍ଟ୍ରାଟେଜି ମେକିଂ। ଦଳର ସମସ୍ତ ପ୍ରଦେଶ ଅଧ୍ୟକ୍ଷ, ସଂଗଠନ ମହାମନ୍ତ୍ରୀ ଓ ପ୍ରଭାରୀମାନଙ୍କୁ ମଞ୍ଚ ଉପରୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା।