ଦୁଇ ଡୋଜ୍‌ ଟିକା ନେଇ ନଥିବା ବନ୍ଧୁଙ୍କ ପ୍ରତି ରୁହନ୍ତୁ ସତର୍କ, ପଢ଼ନ୍ତୁ ବିଶେଷଜ୍ଞଙ୍କ ପୂରା ପରାମର୍ଶ

ଦୁଇ ଡୋଜ୍‌ ଟିକା ନେଇ ନଥିବା ବନ୍ଧୁଙ୍କ ପ୍ରତି ରୁହନ୍ତୁ ସତର୍କ, ପଢ଼ନ୍ତୁ ବିଶେଷଜ୍ଞଙ୍କ ପୂରା ପରାମର୍ଶ

ଦୁଇ ଡୋଜ୍‌ ଟିକା ନେଇ ନଥିବା ବନ୍ଧୁଙ୍କ ପ୍ରତି ରୁହନ୍ତୁ ସତର୍କ, ପଢ଼ନ୍ତୁ ବିଶେଷଜ୍ଞଙ୍କ ପୂରା ପରାମର୍ଶ

ନୂଆଦିଲ୍ଲୀ: ଦୁଇଟି ଡୋଜ୍‌ ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ସତର୍କ ରହିବାକୁ ହେବ। କରୋନା ସଂକ୍ରମଣରୁ ରକ୍ଷା ପାଇଁ ପ୍ରଥମେ ନିଜର ବନ୍ଧୁଙ୍କ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ବିଶେଷ କରି ଦୁଇ ପାନ ଟିକା ନେଇ ନଥିବା ବନ୍ଧୁଙ୍କ ପ୍ରତି ସତର୍କ ରହିବାକୁ ଲଣ୍ଡନର ‘ଭିକ୍ଟୋରିଆନ ଡିପାର୍ଟମେଣ୍ଟ ଅଫ ହେଲଥ‘ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏହି ବନ୍ଧୁଙ୍କ ଜରିଆରେ କରୋନା ଭୂତାଣୁ ୨୦ ଗୁଣ ଅଧିକ ବ୍ୟାପିବା ଆଶଙ୍କା ରହିଥିବା ଅର୍ଥାତ ଟିକା ନେଇନଥିବା ବ୍ୟକ୍ତି କରୋନା ଭୂତାଣୁ ବାଣ୍ଟିବାରେ ୨୦ ଗୁଣ ଅଧିକ ସହାୟକ ବୋଲି ସେମାନେ ଦର୍ଶାଇଛନ୍ତି । ଏଭଳି ବନ୍ଧୁ ବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବାକୁ ହେଲେ କେବଳ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ସ୍ଥାନ ବା ବ୍ୟକ୍ତିଙ୍କ ସହ ମିଳାମିଶା କରିବା ଉଚିତ ବୋଲି ସେମାନେ ପରାମର୍ଶ ଦେଇଛନ୍ତି । ଯେଉଁ ସ୍ଥାନରେ ସମ୍ପୂର୍ଣ୍ଣ ଟିକା ନେଉଥିବା ବ୍ୟକ୍ତି ଅଛନ୍ତି ସେହି ସ୍ଥାନକୁ ଯିବା ପାଇଁ ଏବଂ ଯେଉଁ ବନ୍ଧୁ ଦୁଇ ପାନ ଟିକା ନେଇ ସାରିଛନ୍ତି ସେମାନଙ୍କ ସହ ମିଶିବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ସରକାରୀ ବା ବେସରକାରୀ କାର୍ୟ୍ୟାଳୟ ସମେତ ସର୍ବସାଧାରଣ ସମ୍ପୃକ୍ତ ଥିବା ହୋଟେଲ, ମଲ ଆଦିରେ ସମସ୍ତ କର୍ମଚାରୀ ଟିକା ନେଇଛନ୍ତି ବୋଲି ଲେଖାଥିବା ଫଳକ ଲଗାଇବାକୁ ଏବଂ କେବଳ ଦୁଇ ପାନ ଟିକା ନେଇଥିବା ବ୍ୟକ୍ତିଙ୍କୁ ଏଠାକୁ ପ୍ରବେଶର ଅନୁମତି ଦେବା ପାଇଁ ପରାମର୍ଶ ଦିଆଯାଇଛି ।