ଦୁଇଟି ମାମଲାରେ ନିର୍ଦୋଷ ସାବ୍ୟସ୍ତ ହେଲେ ମାଓ ନେତା ସବ୍ୟସାଚୀ
ଦୁଇଟି ମାମଲାରେ ନିର୍ଦୋଷ ସାବ୍ୟସ୍ତ ହେଲେ ମାଓ ନେତା ସବ୍ୟସାଚୀ
ନୟାଗଡ଼: ଦୁଇଟି ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ । ୨୦୦୮ ମସିହା ଫେବୃଆରୀ ୧୫ ତାରିଖରେ ନୟାଗଡ଼ରେ ମାଓ ଆକ୍ରମଣ ହୋଇଥିଲା । ଏହି ଘଟଣାର ସବ୍ୟସାଚୀ ମାଷ୍ଟରମାଇଣ୍ଡ ଥିବା ଅଭିଯୋଗ ରହିଥିଲା । ପ୍ରମାଣ ଅଭାବରୁ ୨ ମାଓ ନେତା ସବ୍ୟସାଚୀ ପଣ୍ଡା ଓ ଡି. କେଶବ ରାଓ ଓରଫ ଆଜାଦ ଏଥିରେ ଦୋଷମୁକ୍ତ କରାଯାଇଛି। ଦଶପଲ୍ଲା ଥାନା ପୋଡ଼ି ଓ ଦଶପଲ୍ଲା ଥାନା ଅଧିକାରୀଙ୍କ ବାସଗୃହ ପୋଡ଼ି ମାମଲାରେ ସାକ୍ଷୀ ଓ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ମୋଟ ୯ଟି ମାମଲାରେ ଅଭିଯୁକ୍ତ ଥିଲେ ସବ୍ୟସାଚୀ ପଣ୍ଡା । ସେଥିମଧ୍ୟରୁ ଦୁଇଟି ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛି । ଆହୁରି ୭ ମାମାଲାରେ ଛନ୍ଦି ହୋଇ ରହିଛନ୍ତି ମାଓ ଲିଡର ସବ୍ୟସାଚୀ ପଣ୍ଡା । ଆଜି ନୟାଗଡ଼ କୋର୍ଟରେ ହାଜର ହୋଇଥିଲେ ସବ୍ୟସାଚୀ ।