ଦୀପାବଳିରେ ଫୁଟିବ ସବୁଜ ବାଣ

ଦୀପାବଳିରେ ଫୁଟିବ ସବୁଜ ବାଣ

ଦୀପାବଳିରେ ଫୁଟିବ ସବୁଜ ବାଣ

ଭୁବନେଶ୍ୱର: ଏଥର ଦୀପାବଳିରେ ବାଣ ଫୁଟାଇ ପାରିବେ ରାଜ୍ୟବାସୀ। ଏଥିଲାଗି ଅନୁମତି ଦେଇଛନ୍ତି ହାଇକୋର୍ଟ। ହେଲେ କେବଳ ସବୁଜ ବାଣ ଫୁଟାଇବା ପାଇଁ ହାଇକୋର୍ଟ ଦେଇଛନ୍ତି ଅନୁମତି। ପେସା (ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ) ଅନୁମତି ପ୍ରାପ୍ତ କ୍ରାକର ଫୁଟାଇବାକୁ ଅନୁମତି ମିଳିଛି। ଅନ୍ୟପକ୍ଷରେ ଦୀପାପଳିରେ କେବଳ ୨ ଘଣ୍ଟା ପାଇଁ ବାଣ ଫୁଟିବ। ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । 

ପ୍ରକାଶ ଯେ, କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ।  ତେବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ବାଣ ବ୍ୟବସାୟୀ ସଂଘ। ହାଇକୋର୍ଟ ଗତ ଶୁକ୍ରବାର ଆବେଦନର ଶୁଣାଣି କରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଣଫୁଟାକୁ ନେଇ ଏନ୍‌ଜିଟି ଗାଇଡଲାଇନ୍ସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏସଆରସି ବିଭିନ୍ନ ପକ୍ଷ ସହ ଆଲୋଚନା କରି ସରକାରଙ୍କ ନିଷ୍ପତ୍ତି ହାଇକୋର୍ଟଙ୍କୁ ଜଣାଇବା ପରେ ହାଇକୋର୍ଟରୁ ଚୂଡାନ୍ତ ରାୟ ଆସିଛି।