ଦିବ୍ୟଶଙ୍କରଙ୍କୁ ବହିଷ୍କାର ନକଲେ ୧୨ରେ ଓଡିଶା ବନ୍ଦ
ଦିବ୍ୟଶଙ୍କରଙ୍କୁ ବହିଷ୍କାର ନକଲେ ୧୨ରେ ଓଡିଶା ବନ୍ଦ
ଭୁବନେଶ୍ବର : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କର ଇସ୍ତଫା ବା ବହିଷ୍କାର ଦାବିରେ ଅଡି ବସିଛନ୍ତି ବିରୋଧୀ । ପ୍ରତିଦିନ କେଉଁଠି ନା କେଉଁଠି ଆନ୍ଦୋଳନ ଜାରି ରହିଛି । ଅପରପକ୍ଷରେ କଂଗ୍ରେସ ଆଜି କଡା ଚେତାବନୀ ଦେଇଛି । ୧୦ ଦିନ ଭିତରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାନଗଲେ ଆସନ୍ତା ୧୨ରେ ଓଡିଶା ବନ୍ଦ ହେବ ବୋଲି ଚେତାବନୀ ଦିଆଯାଇଛି ।
ସୂଚନାଯୋଗ୍ୟଯେ, ମମିତା ମେହେର ମାମଲାରେ ସରକାର ହରଡଘଣାରେ ପଡି ଯାଇଛନ୍ତି । ଗତ ଦୁଇ ସପ୍ତାହ ଧରି ଏହି ପ୍ରସଙ୍ଗ ରାଜନୀତିକ ବଳୟକୁ ଆଚ୍ଛାଦିତ କରି ରଖିଛି । ଏଭଳି ସମୟରେ କଣ କରାଯିବ, ତାହାବି ବିଜେଡି ନିଷ୍ପତ୍ତି ନେଇପାରୁନାହିଁ । ସେପଟେ ବିଜେପି ଓ କଂଗ୍ରେସ. ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଜାତୀୟସ୍ତରରେ ବି ଦୁଇ ଦଳ ଏହି ପ୍ରସଙ୍ଗକୁ ନେଇ ବିଜେଡି ସରକାରଙ୍କୁ ଘେରିଛନ୍ତି । ପୂର୍ବରୁ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡା ମାଡ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।




admin 