ଦିଲ୍ଲୀରେ ଯାହା ଘଟିଲା ତାହା ଠିକ ହୋଇନାହିଁ : ଅମର ଶତପଥୀ

ଦିଲ୍ଲୀରେ ଯାହା ଘଟିଲା ତାହା ଠିକ ହୋଇନାହିଁ : ଅମର ଶତପଥୀ

ଦିଲ୍ଲୀରେ ଯାହା ଘଟିଲା ତାହା ଠିକ ହୋଇନାହିଁ  : ଅମର ଶତପଥୀ
ଭୁବନେଶ୍ୱର: ଚାଷୀଙ୍କ ସମସ୍ୟାକୁ ନେଇ ପଛଘୁଞ୍ଚା ଦେବା ପ୍ରଶ୍ନ ଉଠୁ ନାହିଁ । ଚାଷୀ ଆନେ୍ଦାଳନ ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥୀ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି । ଶ୍ରୀ ଶତପଥୀ କହିଛନ୍ତି ଯେ, ଚାଷୀଙ୍କ ସହ ବିଜେଡି ରହିଛି । ଚାଷୀଙ୍କ ସମସ୍ୟାକୁ ନେଇ ଦଳ ଅବଗତ ଅଛି । ଚାଷୀଙ୍କ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଦଳ ପଛ ଘୁଞ୍ଚା ଦେବ ନାହିଁ । ଏନେଇ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦଙ୍କୁ ସ୍ପଷ୍ଟଭାବେ କହିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ବ୍ୟବସ୍ଥା ହେବା ଦରକାର । ଗତକାଲି ଏକ ବିଶେଷ ଦିନ ଥିଲା । ତେବେ ଏହି ଦିନରେ ଦିଲ୍ଲୀରେ ଯାହା ଘଟିଲା ତାହା ଠିକ ହୋଇନାହିଁ ବୋଲି ବିଧାୟକ ଅମର ଶତପଥୀ କହିଛନ୍ତି । ପ୍ରକାଶ ଯେ, ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଯେଉଁ ହିଂସା ହୋଇଥିଲା ତାହା ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟିକରିଛି । କୃଷି ଆଇନ ବିରୋଧରେ ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ ବୁଧବାର ସୁଦ୍ଧା ୨୨ଟି ମାମଲା ରୁଜୁ କରିଛି। ସେଥିରୁ ୫ଟି ମାମଲା ପୂର୍ବ ଦିଲ୍ଲୀରେ ରୁଜୁ ହୋଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଗତକାଲି (ମଙ୍ଗଳବାର) ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଦୋଳନରତ କୃଷକ ମାନେ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍‌ କରିଥିଲେ। ପରେ ରାଜଧାନୀ ଦିଲ୍ଲୀ ଓ ପାଖାପାଖୀ ଅଞ୍ଚଳରେ ହୋଇଥିଲା ହିଂସାକାଣ୍ଡ। କୃଷକ ନେତାଙ୍କ ଉତ୍ପାତ ପରେ ଦିଲ୍ଲୀ ପୁଲିସ ଆକ୍ସନ୍‌ ମୁଡରେ। ଗଣତନ୍ତ୍ର ଦିବସ ଅବସରରେ ହୋଇଥିବା ଟ୍ରାକ୍ଟର ପରେଡରେ ଯେଉଁ କୃଷକ ମାନେ ଯେଉଁ ଉନ୍ମୁକ୍ତ କାଣ୍ଡ ଭିଆଇ ଥିଲେ ସେ ନେଇ ୨୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ। କୃଷକମାନେ ଟ୍ରାକ୍ଟର ରାଲି କରିବା ସମୟରେ ଆଇନ ଉଲ୍ଲଂଘନ କରି ହିଂସାକାଣ୍ଡ ଘଟାଇଥିଲେ। ସେମାନଙ୍କ ଆକ୍ରମଣରେ ୮୬ ପୁଲିସ କର୍ମଚାରୀ ଆହତ ହୋଇଥିଲେ।