ଦିଲ୍ଲୀରୁ ଦୁଇ ଆତଙ୍କବାଦୀ ଗିରଫ : ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଦିଲ୍ଲୀରୁ ଦୁଇ ଆତଙ୍କବାଦୀ ଗିରଫ : ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଦିଲ୍ଲୀରୁ ଦୁଇ ଆତଙ୍କବାଦୀ ଗିରଫ : ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ପକ୍ଷରୁ ଚଢାଉ କରାଯାଇ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଉତ୍ତର ପଶ୍ଚିମ ଦିଲ୍ଲୀରେ ଦିଲ୍ଲଜୀ ପୋଲିସର ସ୍ୱତନ୍ତ୍ର ସେଲ ସହିତ ଗୁଳି ବିନିମୟ ପରେ ଏହି ଦୁଇ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏହା ସହିତ ଉଭୟ ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଦୁଇ ଆତଙ୍କବାଦୀ ବାବର ଖାଲସା ଇଣ୍ଟରନ୍ୟାସନାଲର ସଦସ୍ୟ ବୋଲି ଜଣାପଡିଛି । ଦୁଇ ଆତଙ୍କବାଦୀଙ୍କ ନାମ ଦିଲାୱର ସିଂ ଓରଫ ଭୂପେନ୍ଦର ଏବଂ କୁଲୱନ୍ତ ସିଂ । ଉଭୟଙ୍କ ନିକଟରୁ ୬ଟି ପିସ୍ତଲ ଏବଂ ୪୦ଟି କ୍ୟାଟ୍ରିଜ ଜବତ କରାଯାଇଛି । ଉଭୟଙ୍କ ନାମରେ ପଞ୍ଜାବରେ ଏକାଧିକ ମାମଲା ରହିଥିବା ଜଣାପଡିଛି ।