ଅକ୍ଟୋବର ୧୨କୁ ଘୁଞ୍ଚିଲା ବର୍ଷାଙ୍କ ଶୁଣାଣି

ଅକ୍ଟୋବର ୧୨କୁ ଘୁଞ୍ଚିଲା ବର୍ଷାଙ୍କ ଶୁଣାଣି

ଅକ୍ଟୋବର ୧୨କୁ ଘୁଞ୍ଚିଲା ବର୍ଷାଙ୍କ ଶୁଣାଣି
ଭୁବନେଶ୍ୱର: ନିଜ ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ପାଇଁ ଆସନ୍ତା ଅକ୍ଟୋବର ୧୨ ତାରିଖ ଦିନ ଧାର୍ୟ୍ୟ କରାଯାଇଛି । ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି । ରିପୋର୍ଟ ଦାଖଲ ହୋଇନଥିବା ସମ୍ପର୍କରେ ବର୍ଷାଙ୍କ ଓକିଲ କହିଛନ୍ତି । ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିନଥିବା ଓକିଲ କହିଛନ୍ତି । ପ୍ରକାଶ ଯେ, ବର୍ଷା ଓ ଅନୁଭବଙ୍କର ଲଭ ମ୍ୟାରେଜ ବୋଲି ସମସ୍ତେ ଜାଣନ୍ତି । ହେଲେ ସେମାନଙ୍କର ଆରେଂଜ ମ୍ୟାରେଜ ହୋଇଥିଲା ବୋଲି ବର୍ଷା ନିଜ ପିଟିସନରେ ଉଲ୍ଳେଖ କରିଛନ୍ତି । ତାଙ୍କୁ ପାଇବା ପାଇଁ ଅନୁଭବ କିଭଳି ହରକତ କରିଥିଲେ ସେନେଇ ବି ଉଲ୍ଳେଖ କରିଛନ୍ତି ବର୍ଷା । ୮ ପୃଷ୍ଠାର ପିଟିସନରେ ଅନୁଭବଙ୍କ ବିରୋଧରେ ବର୍ଷା ବହୁ ସଂଗୀନ ଅଭିଯୋଗ ଆଣିଛନ୍ତି । ୨୦୧୪ ଫେବୃଆରୀ ୮ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା । ବାହାଘର ପାଇଁ ବର୍ଷାଙ୍କ ପରିବାର ଲୋକେ ପ୍ରଥମେ ରାଜିନଥିଲେ । ହେଲେ ତାଙ୍କୁ ବାହାନହେଲେ ସେ ଆତ୍ମହତ୍ୟା କରିଦେବେ ବୋଲି ଅନୁଭବ କହିଥିଲେ । ହାତ ଓ ଛାତିକୁ ଛୁରୀରେ ବି କାଟି ପକାଉଥିଲେ । ଅନୁଭବଙ୍କ ଏଭଳି ହରକତ ଦେଖି ବର୍ଷାଙ୍କ ମା’ ବିବାହ ପାଇଁ ରାଜି ହୋଇଥିଲେ । ସେମାନଙ୍କର ଆରେଂଜ ମ୍ୟାରେଜ ହୋଇଥିଲା । ବାହାଘର ବେଳେ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା । ବାହାଘର ପରେ ଏକାଠି ମିଶି ସେମାନେ ବହୁ ସିନେମା କରିଛନ୍ତି । କିନ୍ତୁ ପାରିଶ୍ରମିକ ବାବଦରେ ତାଙ୍କୁ ଟଙ୍କାଟିଏ ମିଳିନଥିଲା । ବର୍ଷାଙ୍କୁ ଟଙ୍କାଟିଏ ପାରିଶ୍ରମିକ ନଦେଇ ଅନୁଭବ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ଏହାପରେ ଅନୁଭବଙ୍କର ସିନେ ଜଗତର ଅନ୍ୟ ନାରୀଙ୍କ ସହ ସମ୍ପର୍କ ବଢ଼ିଥିଲା । ଅନୁଭବଙ୍କ ପରିବାର ଲୋକେ ବି ଏନେଇ ତାଗିଦ ନକରି ସମର୍ଥନ କରୁଥିଲେ । ସେହିପରି ଅନୁଭବ ନିୟମିତ ମଦ ପିଇ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦିଅନ୍ତି ବୋଲି ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ।