ଦିଲ୍ଲୀପ ରାୟ କରୋନା ସଂକ୍ରମିତ

ଦିଲ୍ଲୀପ ରାୟ କରୋନା ସଂକ୍ରମିତ

ଦିଲ୍ଲୀପ ରାୟ କରୋନା ସଂକ୍ରମିତ

ଭୁବନେଶ୍ୱର: ନିଜେ କରୋନା ପଜିଟିଭ ଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ଦିଲ୍ଲୀପ ରାୟ ଟ୍ୱିଟ କରି କହିଛନ୍ତି, ତାଙ୍କଠାରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଥିଲା । ଏହାପରେ ସେ ଡ଼ାକ୍ତରଙ୍କ ପରାମର୍ଶରେ ଆଇସୋଲେସନରେ ଅଛନ୍ତି ।

 ଏବେ ସାରା ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବାରୁ ସମସ୍ତେ କୋଭିଡ଼ ନିୟମ ପାଳନ କରିବାକୁ ଦିଲ୍ଲୀପ ରାୟ ପରାମର୍ଶ ଦେଇଛନ୍ତି।


ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାର ଆଉ ୧୮୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜଣେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୬୬୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।