ଦିନକରେ ୧୫ କରୋନା ରୋଗୀ ଚିହ୍ନଟ

ଦିନକରେ ୧୫ କରୋନା ରୋଗୀ ଚିହ୍ନଟ

ଦିନକରେ ୧୫ କରୋନା ରୋଗୀ ଚିହ୍ନଟ
ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ୧୫ ଜଣ ନୂଆ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ସୂର୍ଯ୍ୟନଗର ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସଂଧ୍ୟା ସୁଦ୍ଧା ବମିଖାଲର ୩ଜଣ ଓ କଟକର ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ପୂର୍ବରୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ସଦ୍ୟତମ ସୂଚନା ଅନୁଯାୟୀ ପୁରୀ ଓ ଯାଜପୁରରେ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିôବାବେଳେ ଭଦ୍ରକରେ ଆଉ ୨ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଚିଂଛି । ପୂର୍ବରୁ ଭୁବନେଶ୍ୱର, କଟକ ଓ ଭଦ୍ରକରେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏବେ ଯାଜପୁର ଓ ପୁରୀ ମଧ୍ୟ କରୋନା ଆତଙ୍କ ଖେଳିଯାଇଛି ।