ଦାରିଦ୍ର‌୍ୟ ହଟାଇବାରେ ଭାରତଠୁ ଚୀନ୍ ଆଗରେ

ଦାରିଦ୍ର‌୍ୟ ହଟାଇବାରେ ଭାରତଠୁ ଚୀନ୍ ଆଗରେ

ଦାରିଦ୍ର‌୍ୟ ହଟାଇବାରେ ଭାରତଠୁ ଚୀନ୍ ଆଗରେ
ଜାତିସଂଘ : ଦାରିଦ୍ର‌୍ୟ ହଟାଇବାରେ ଭାରତ ଓ ଚୀନର ସଫଳତାକୁ ନେଇ ଜାତିସଂଘ, ଏହାର ରିପୋର୍ଟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛି । ଜାତିସଂଘର ‘ବିଶ୍ୱରେ ଖାଦ୍ୟ ନିରାପତ୍ତା ଓ ପୁଷ୍ଟିର ସ୍ଥିତି ୨୦୧୯’ ରିପୋର୍ଟରେ କୁହାଯାଇଛି ଯେ ୧୯୯୦ ରୁ ୨୦୧୭ ମଧ୍ୟରେ ଉଭୟ ଭାରତ ଓ ଚୀନର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା । କିନ୍ତୁ ଦାରିଦ୍ର‌୍ୟ ହଟାଇବାରେ ଏହି ଅଭିବୃଦ୍ଧି ଚୀନରେ ଅଧିକ ପ୍ରଭାବଶାଳୀ ଥିଲା । ୧୯୮୧ ରେ ଚୀନର ଦାରିଦ୍ର‌୍ୟ ହାର ୮୮% ଥିଲା । ୨୦୧୫ ସୁଦ୍ଧା ତାହା ୦.୭% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା । ଅର୍ଥନୈତିକ ବିକାଶ ଯୋଗୁଁ ଚୀନର ଅନେକ ଲୋଭ ଦାରିଦ୍ର‌୍ୟ କବଳରୁ ମୁକ୍ତି ପାଇଥିଲେ । ଏହାର ଏକ ପ୍ରମୁଖ କାରଣ ହେଉଛି ଚୀନର ସେହି କ୍ଷେତ୍ରଗୁଡ଼ିକରେ ଅଧିକ ବିକାଶ ହୋଇଥିଲା ଯାହା ଉପରେ ଗରିବ ଲୋକମାନେ ଅଧିକ ନିର୍ଭରଶୀଳ ଥିଲେ । କିନ୍ତୁ ଭାରତରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏଠାରେ କୃଷି କ୍ଷେତ୍ର ତୁଳନାସରେ ଶିଳ୍ପ ଓ ସେବା କ୍ଷେତ୍ରରେ ଅଧିକ ବିକାଶ ହୋଇଥିଲା । ସେଥିପାଇଁ ଭାରତର ଦାରିଦ୍ର‌୍ୟ ହାର ଯାହା ୧୯୮୭ ରେ ୪୮.୯% ଥିଲା ତାହା ୨୦୧୧ ବେଳକୁ ୨୧.୨% ହ୍ରାସ ପାଇଥିଲା । ଦାରିଦ୍ର‌୍ୟ ହଟାଇବାରେ ଭାରତକୁ ମଧ୍ୟମ ଧରଣର ସଫଳତା ମିଳିଥିଲା ।