ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର:ତୈଳ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲେଇଲା କଂଗ୍ରେସ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ ବିକ୍ଷୋଭ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କୁଶ ପୁତ୍ତଲିକା ଦାହ କରିଛି କଂଗ୍ରେସ । ଛାତ୍ର କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଏଭଳି ପ୍ରତିବାଦ କରାଯାଇଛି ।

ଏହି ବିକ୍ଷୋଭବେଳେ କଟକ କଂଗ୍ରେସ ଜିଲ୍ଲା ସଭାପତି ମାନସ ଚୌଧୁରୀ କହିଛନ୍ତି,ମୋଦି ସରକାର ଓ ନବୀନ ସରକାର ଲୋକଙ୍କ ଉପରେ ଦରବୃଦ୍ଧି ଅତ୍ୟାଚାର କରୁଛନ୍ତି । ସାଧାରଣ ଲୋକଙ୍କ ବଂଚିବା କଷ୍ଟକର ହୋଇ ପଡିଛି । ବର୍ତ୍ତମାନ ପେଟ୍ରୋଲ ଦର 105 ଟଙ୍କା ହେଲାଣି । ଏତେ ଟଙ୍କା ଦେଇ ସାଧାରଣ ଲୋକଟି କେମିତି ତେଲ ପକେଇ ଗାଡ଼ି ଚଲେଇଵ? କୋଭିଡ ମହାମାରୀରେ ବେପାର, ରୋଜଗାର ପ୍ରଭାବିତ ହୋଇ ଥିବାବେଳେ ଉଭୟ ମୋଦି ଓ ନବୀନ ସରକାର ଲୋକଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି । ବସ ଭଡା ବଢ଼ିଛି ।  ଏଥିରେ ସାଧାରଣ ଲୋକର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ପେଟ୍ରୋଲ ଦର ପ୍ରତିଦିନ ବଢୁଛି । ଡାଲି, ଖାଇବା ତେଲ ଦର ହୁ ହୁ ହୋଇ ବଢୁଛି  । ବଜାରରେ ପ୍ରତି ସାମଗ୍ରୀ ଦର ବଢ଼ି ଚାଲିଛି । ସରକାର ଦରଦାମ ନିୟନ୍ତ୍ରଣ କରୁନାହାନ୍ତି । ମୋଦି ସରକାର କେବଳ ଶିଳ୍ପପତିଙ୍କ ପାଇଁ କାମ କରୁଛି  । ଆଗାମୀଦିନରେ ଏହାର ଜୋରଦାର ପ୍ରତିବାଦ କରିବ କଂଗ୍ରେସ । ରାଜ୍ୟରେ କଂଗ୍ରେସ ଆନ୍ଦୋଳନ ଜୋରଦାର କରିବ । ଲୋକଙ୍କ ପାଇଁ କଂଗ୍ରେସ ଲଢ଼ିବ ।

ଏହି ବିକ୍ଷୋଭରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନାୱାଜ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ, ରଜତ ଚୌଧୁରୀଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ତୈଳ ଦର ଲଗାତାର ଭାବେ ବଢୁ ଥିବାବେଳେ ବସ, ଅଟୋ ଭଡା ବି ବଢିବାରେ ଲାଗିଛି।